ଇଞ୍ଚେ କେହି ନେଇପାରିବେନି: ରାଜନାଥ

ନୂଆଦିଲ୍ଲୀ: ଆମର ଇଞ୍ଚେ ଜମି ବିଶ୍ୱର କୌଣସି ଶକ୍ତି ନେଇପାରିବେ ନାହିଁ । ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଭଳି କଡ଼ା ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ କିଛି ବରଦାସ୍ତ କରିହେବ । ମାତ୍ର ରାଷ୍ଟ୍ରୀୟ ସ୍ୱାଭିବାନ ନୁହେଁ । ବ୍ୟକ୍ତିଗତ ଓ ଦଳଗତ ସ୍ୱାଭିମାନ ଠାରୁ ଊଦ୍ଧ୍ୱର୍ରେ ରାଷ୍ଟ୍ରୀୟ ସ୍ୱାଭିମାନ । ଯଦି କେହି ଆମକୁ ଆଖି ଉଠାଇ ଦେଖିବ ଆମେ ମୁହଁତୋଡ଼ ଜବାବ ଦେବୁ । ଆମର ଇଞ୍ଚେ ଜମି ବିଶ୍ୱର କୌଣସି ଶକ୍ତି ନେଇପାରିବେ ନାହିଁ । ଆମେ ବିଶ୍ୱର କୌଣସି ରାଷ୍ଟ୍ରର ମଧ୍ୟ ଇଞ୍ଚେ ନେବାକୁ ଚାହୁଁନାହୁଁ । ଭାରତ ସାରା ବିଶ୍ୱକୁ ଶାନ୍ତି ସନ୍ଦେଶ ଦେଇ ଆସିଛି । ‘ବସୁଧୈବ କୁଟୁମ୍ବକମ’ ହେଉଛି ଆମ ମୂଳମନ୍ତ୍ର । ଭାରତର ନେତୃତ୍ୱ ସଶକ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରହିଛି ବୋଲି ରାଜନାଥ ସିଂହ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ