ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଗୁଳି ବିନିମୟ ହୋଇଛି। ଜାମ୍ମୁ-କାଶ୍ମୀରର କୁଲଗାମର ନାଗନାଦ ଚିମ୍ମେର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏଥିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍‌ ଜାରି ରଖିଛନ୍ତି। କିନ୍ତୁ ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଗୁଇନ୍ଦାଙ୍କ ସୂଚନା ଅନୁସାରେ ପୂର୍ବରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ଏହା ପରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ବର୍ଷଣ କରିଥିଲେ। ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଅନ୍ୟ ଜଣେ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର କୁପଓ୍ବଡ୍ ସେନା ଏଲ୍‌ଓସି ନିକଟରେ ଆତଙ୍କବାଦୀମାନଙ୍କ ପ୍ରବେଶକୁ ଭୁଣ୍ଡୁର କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟ ହୋଇଥିବା ଲଢ଼େଇ ଭିତରେ ୩ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ