ବାରମ୍ବାର ବିଦ୍ୟୁତ କାଟ, ଉପଭୋକ୍ତା ଅସନ୍ତୋଷ

କୋଦଳା, ( ଗୁଲସନ୍ କୁମାର କର): ସକାଳ ହେଉକି ସନ୍ଧ୍ୟା, ଦ୍ୱିପ୍ରହର ହେଉକି ରାତି ବିଭିନ୍ନ ସମୟରେ ଘନ ଘନ ବିଦ୍ୟୁତ କାଟ ଜାରି ରହିଛି। ଯାହାଦ୍ୱାରା ବିଦ୍ୟୁତ ଉପଭୋକ୍ତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆକାଶରେ ମେଘ ଉଠାଇଲେ,ବିଜୁଳି ମାରିଲେ ଓ ଯଦି ବି ଗଛର ଗଛର ପତ୍ର ମଧ୍ୟ ହଳିବ ତାହାଲେ ସଙ୍ଗେ ସଙ୍ଗେ ବିଦ୍ୟୁତ କାଟ ହୋଇଯାଏ , ଯେ ପୁଣି କେତେବେଳେ ଆସିବ ତାହା ବିଭାଗୀୟ ଅଧିକାରୀଙ୍କ ଉପରେ ନିର୍ଭର କରିଥାଏ ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଦ୍ୟୁତ ଉପଭୋକ୍ତା ମାନେ କହିଛନ୍ତି ଯେ ଆଗ କାଳରେ ଅତ୍ୟାଚାରୀ ରାଜା ମାନେ ପ୍ରଜାଙ୍କ ଉପରେ ଶାସନ କରି ଖୁସି ହେଉଥିଲେ ସେଭଳି ଏହି ବିଭାଗ ବିଦ୍ୟୁତ କାଟ କଲାପରେ ଚିରନିଦ୍ରା ରେ ସୋଇପଡୁଛି, ଯଦ୍ୱାରା ଲକଡାଉନ ପାଇଁ ବର୍ତ୍ତମାନ ସମସ୍ତେ ଘରେ ରହୁଥିବା ବେଳେ ଏହାପାଇଁ ହନ୍ତସନ୍ତ ହେଉଛନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକା ପରିମାଣରେ ବିଦ୍ୟୁତ କାଟ ହେଉଛି , କେତେବେଳେ ୫/୧୦ ମିନିଟ ଆରମ୍ଭ କରି ଅଧ ଘଣ୍ଟାଏ ତ କେତେବେଳେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି। ଏନେଇ ବିଭାଗୀୟ ପଦାଧିକାରୀ ଙ୍କୁ ଫୋନ କଲେ ଇଚ୍ଛା ହେଲେ ଫୋନ ଧରୁଛନ୍ତି ନହେଲେ ଖାମଖିଆଲ ଭାବେ ଦାୟିତ୍ବହିନ ମନ୍ତବ୍ୟ ଦେଇଥାନ୍ତି। ସାଉଥକୋ ବିଭାଗର ଏଭଳି ବାରମ୍ବାର ଖାମଖିଆଲ ମନୋବୃତି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉପଭୋକ୍ତାମାନେ କଷଣରେ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। ଏହି ବିଷୟରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା। ଏଣୁ ଏଥିପ୍ରତି ଦୃଷ୍ଟି ଦେଇ କିଭଳି ବାରମ୍ବାର ବିଦ୍ୟୁତ କାଟ ନହେବ ସେ ଉପରେ ଅଧିକାରୀ ଦୃଷ୍ଟି ନଦେଲେ ଆଗକୁ ଜନସାଧରଣ ରାଜରାସ୍ତକୁ ଆସିବା ସହ ଅଫିସ ଘେରାଉ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ