ଦିଗପହଣ୍ଡି ର କୋଭିଡ ଯୋଦ୍ଧା ଙ୍କ କରୋନା ରେ ମୃତ୍ୟୁ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଫୁଲସୁନ୍ଦରୀ ସାହି ର ସହକାରୀ ଶିକ୍ଷକ ବଂଶୀଧର ବେହେରା କରୋନା ରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋର ରେ ମୃତ୍ୟୁବରଣ କରିଥିବା ଦିଗପହଣ୍ଡି ବ୍ଳକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ମଧ୍ୟାହ୍ନ ରେ ଦିଗପହଣ୍ଡି ବିଡିଓ ହଳଧର ଶବର,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେ ଦିଗପହଣ୍ଡି ବ୍ଳକ କୁଶପଡ଼ା ପଞ୍ଚାୟତ କେ. ସାମନ୍ତରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବ କାର୍ଯ୍ୟ କରୁଥିଲେ।ସେ ପୂର୍ବରୁ ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ରେ ବହୁ ବର୍ଷ ଧରି ଆଚାର୍ଯ୍ୟ ଭାବେ କାର୍ଯ୍ୟ କରୁଥିଲେ।କେ. ସାମନ୍ତରାପୁର ବିଦ୍ୟାଳୟ ର କ୍ୱାରେଣ୍ଟାଇନ ସେଣ୍ଟର ରେ ସେ ୨ ମାସ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରିବା ପରେ ଘରେ ରହୁଥିଲେ।ଘରେ ଥିବା ବେଳେ ଦୀର୍ଘଦିନ ଧରି ଜ୍ବରରେ ସଂକ୍ରମିତ ହେବାପରେ ଗତ ରବିବାର ଦିଗପହଣ୍ଡି ସ୍ଥିତ କରୋନା ଟେଷ୍ଟିଂ ସେଣ୍ଟର ରେ ତାଙ୍କ ସ୍ଵାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା।ମଙ୍ଗଳବାର ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଛତ୍ରପୁର ନିକଟ ଶୀତଳାପଲ୍ଲୀ ସ୍ଥିତ କୋଭିଡ଼ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।ତାଙ୍କ ପରଲୋକ ଖବର ପାଇ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର,ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ , ବିଡିଓ ହଳଧର ଶବର , ବିଇଓ ବସନ୍ତ କୁମାର ପଣ୍ଡା , ଏବିଇଓ ବିଶ୍ରବା ପାଇକ ,ବାଳା ମାଝୀ, ରସାନନ୍ଦ ଘଡେଇ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାବତ , ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୌଡ,ବାୟା ଗୌଡ ,ସମ୍ପାଦକ ଗଣେଶ ପାଢୀ , ଉପଦେଷ୍ଟା ଦାମୋଦର ପାଢୀ , ଶିକ୍ଷକ ସନାତନ ପଟ୍ଟନାୟକ , ଜିତୁ ଶ୍ରୀହରି , ଗଣେଶ ପାତ୍ର , ଶ୍ରୀହରି ମହାନ୍ତି ଏବଂ ଗ୍ରାମ ସଭାପତି ବି .ବାଲାଜୀ ରେଡ୍ଡୀ , ତାଙ୍କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଶିକ୍ଷକ ଜଣକ ଦୀର୍ଘ ଦିନ ଧରି କ୍ଵାରେଣ୍ଟାଇନ ସେଣ୍ଟର ରେ ପ୍ରବାସୀ ଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହିଥିବାରୁ ଦିବଙ୍ଗତ ଶିକ୍ଷକଙ୍କୁ ଜଣେ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ପାଇଁ ସାଧାରଣରେ ଦାବୀ ହୋଇଛି ।


