କରୋନା ରେ ଚିକିତ୍ସିତ ଲାଇନ୍ ମ୍ୟାନ ଙ୍କ ମୃତ୍ୟୁ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ପୋଡ଼ାମାରି ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ ଅଧିନ ମୈାଳାଭଞ୍ଜା ବିଦ୍ୟୁତ୍ ଫ୍ୟୁଜିକଲ୍ ଅଫିସ୍ ରେ ନିଯୁକ୍ତ ଲାଇନ୍ ମ୍ୟାନ କୃଷ୍ଣଚନ୍ଦ୍ର ଗୌଡ(୪୦) ଶିତଳାପଲ୍ଲୀ ସ୍ଥିତ କୋଭିଡ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଦିଗପହଣ୍ଡି ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ କୁମାର ପଟ୍ଟନାୟକ ଜଣାଇଛନ୍ତି। ସବୁଠାରୁ ଉଦବେଗ ର ବିଷୟ ସେ ଶୁକ୍ରବାର ଭୋରରେ ମୃତ୍ୟୁବରଣ କରିଥିଲେ ମଧ୍ୟ ଏ ନେଇ ଦିଗପହଣ୍ଡି ରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାନଯାଇ ସେଠାରେ ତାଙ୍କ ମୃତଦେହକୁ ସତ୍କାର କରାଯାଇଥିବା ସେ କହିଛନ୍ତି। ରାତିଦିନ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ଖୁଣ୍ଟ ରେ ଚଢି କାର୍ଯ୍ୟ କରୁଥିବା ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ଦିଗପହଣ୍ଡି ବିଦ୍ୟୁତ୍ କର୍ମଚାରୀ ସଂଘର କାର୍ଯ୍ୟ କର୍ତ୍ତା ଆଲୁ. ରବୀନ୍ଦ୍ର ଦାବୀ କରିଛନ୍ତି। ଗତ ୯ ତାରିଖରେ ଦିଗପହଣ୍ଡି ସ୍ଥିତ କରୋନା ଟେଷ୍ଟିଂ ସେଣ୍ଟର ରେ କୃଷ୍ଣଚନ୍ଦ୍ର ଙ୍କ ସ୍ଵାବ ସଂଗ୍ରହ କରାଯାଇ ରିପୋର୍ଟ ପାଇଁ ପଠାଯାଇଥିଲା।ଗତ ୧୦ ତାରିଖ ରେ ରିପୋର୍ଟ ପଜିଟିଭ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ନିମନ୍ତେ ଶୀତଳା ପଲ୍ଲୀ କୋଭିଡ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା।ଗତ ଗୁରୁବାର ସକାଳେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ରେ ଅବହେଳା କରାଯାଉଥିବା ନେଇ ସେ ନିଜେ ତାଙ୍କ ମୋବାଇଲ ଫୋନ ରେ ବିଦ୍ୟୁତ୍ କାର୍ଯ୍ୟାଳୟ ସହକର୍ମୀ ମାନଙ୍କୁ ଜଣାଇଥିଲେ ବୋଲି କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ତାଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କର୍ମଚାରୀ ସଂଘ ପକ୍ଷରୁ ଦାବୀ କରାଯାଇଛି


