ଏନ ସି ଆଇ ଆର ଟି ପାଠ୍ୟ ପୁସ୍ତକ ରେ କଳାହାଣ୍ଡି କୁ ଦାରିଦ୍ର୍ୟ ଚିତ୍ରଣ କୁ ନେଇ ତେଜିଲେ ବିଜୁ ଛାତ୍ର ଜନତା ଦଳ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ଇଭିଏସ ପୁସ୍ତକରେ କଳାହାଣ୍ଡି ସଂମ୍ପର୍କ ରେ ଭ୍ରମାତ୍ମକ ତଥ୍ୟ କୁ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରିବା ସହ ଘୋର ନିନ୍ଦା କରାଯାଇଛି ସମୃଦ୍ଧ କଳାହାଣ୍ଡି କୁ ଦାରିଦ୍ର୍ଯ ଓ ଅନାହାର ର ଭୁଖଣ୍ଡ ରୁପେ ବର୍ଣ୍ଣନା କରାଯାଇଛି। ଏହି ଜିଲ୍ଲାର ଅଧିବାସୀ ମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି ଯାହାକୁ ନେଇ ଜିଲ୍ଲାରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତମାନ ସ୍ଥିତିରେ କଳାହାଣ୍ଡି ହେଉଛି ରାଜ୍ୟ ର ଦ୍ଵିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ତଥା ରାଜ୍ୟ ର ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏନସିଇଆରଟି ପ୍ରସ୍ତୁତ ପାଠ୍ୟ ପୁସ୍ତକ ରେ କଳାହାଣ୍ଡି ର ବାସ୍ତବ ଚିତ୍ରକୁ ବିକୃତ କରିଦେଇ କଳାହାଣ୍ଡି ର ଦାରିଦ୍ର୍ଯ ଓ ଅନାହାର ଅଞ୍ଚଳ ବୋଲି ପ୍ରକାଶ କରିବା ଅତି ଚିନ୍ତା ଜନକ ବିଷୟ ବୋଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିଭାଗ ଏନସିଇଆରଟି ର ଏହି ପାଠ୍ୟପୁସ୍ତକ କୁ ପ୍ରତ୍ୟାହାର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରିଛନ୍ତି ଅନ୍ୟ ପାକ୍ୟରେ ମନ୍ତ୍ରୀ ମାନବ ସମ୍ବଳ ମନ୍ତ୍ରୀ ସହ କଥା ହୋଇଥିବା ସହ ଏହାର ପରିବର୍ତନ କରାଯିବା କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ