୩୯ନଂ.ପାଣି ପଞ୍ଚାୟତ କମିଟି ବୈଠକ କାଡା ନାଳ ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ
ବନ୍ତ, (ଚାନ୍ଦିନୀ ମହାନ୍ତି):ବୈତରଣୀ ଡିଭିଜନ ଅଧିନ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲର ଶାଳନିଆଁ ଉପଖଣ୍ଡ ଅନ୍ତର୍ଗତ ୩୯ନଂ.ପାଣି ପଞ୍ଚାୟତ କମିଟି ବୈଠକ ବନ୍ତ ବ୍ଲକ ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସଭାପତି ବଟକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କୁ ଶୁଭେଚ୍ଛା ଜଣାଯିବା ସହ ପରିଚୟ ପ୍ରଦାନ କରାଯାଇଥିଲା । ସମ୍ପାଦକ ହୃଷିକେଶ ପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପାଣି ପଞ୍ଚାୟତ ନାମରେ ଥିବା ବ୍ୟାଙ୍କ ଖାତାରେ ପୂର୍ବତନ ସଭାପତିଙ୍କ ନାମକୁ ପରିବର୍ତ୍ତନ କରାଯାଇ ନୂତନ ସଭାପତିଙ୍କ ନାମକୁ ସଂଯୋଗ କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ହାଟଡିହୀ ବ୍ରାଞ୍ଚ କେନାଲ ଓ ବାଲିଗଢିଆ ମାଇନର କେନାଲ ଅଧିନରେ ଥିବା ସମସ୍ତ କାଡା ନାଳର ପୁନରୁଦ୍ଧାର କରାଯିବା ସହ ଉଭୟ କେନାଲର ଚାଷୀ ମାନଙ୍କ ସୁବିଧା ନିମନ୍ତେ ଫୁଟ୍ ବ୍ରିଜ୍ ନିର୍ମାଣ ଓ ଅତ୍ୟାବଶ୍ୟକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସରପଞ୍ଚ ଅଶୋକ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ଲେଙ୍କାଙ୍କ ସମେତ ନିର୍ବାହୀ କମିଟିର ଚାନ୍ଦିନୀ ମହାନ୍ତି, ଶୁକଦେବ ପଣ୍ଡା, ମଣିଭଦ୍ର ବିଶ୍ୱାଳ, ଦାଶରଥି ଗାହାଣ, ଶୁକଦେବ ଯେନା, ଦୁଃଶାସନ ଯେନା, ଗୋଲାପି ଯେନା, ସଞ୍ଜୁଲତା ସାହୁ, ପ୍ରମିଳା ସାହୁ, ବିଦ୍ୟାଧର ବାରିକ, ଆରତୀ ଦାସ, ରଘୁନାଥ ନାୟକ, ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ରୁକ୍ମଣୀ ଲେଙ୍କା, ଲିପିକା ରାଉତ, ମଞ୍ଜୁଲତା ମିଶ୍ର, ଉମାକାନ୍ତ ନାୟକ, ସସ୍ମିତା ବାରିକ, ଭରତ ଚନ୍ଦ୍ର ନାୟକ, ବାସୁଦେବ ବାରିକ ପ୍ରମୁଖ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।


