ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ପରେ ଜିଲ୍ଲାପାଳଙ୍କୁ ସାକ୍ଷାତ

ଧାମନଗର (ଓ୍ବାଇଏନଏସ): ଭଦ୍ରକର ପୂର୍ବତନ ପ୍ରଥମ ମହିଳା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଭାରତୀୟ ଜନତା ପାର୍ଟି ରେ ମିଶିବା ପରେ ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଭଦ୍ରକ ଜିଲ୍ଲାର ଲୋକ ପ୍ରିୟ ଜିଲ୍ଲାପାଳ ଓ ଦକ୍ଷ ପ୍ରଶାସକ ଦିଲୀପ ରାଉତରାଏଙ୍କ କର୍ମମୟ ଜୀବନ ସରକାରୀ ଚାକିରିରୁ ନିକଟରେ ଅବସର ଗ୍ରହଣ କରୁଥିବାରୁ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସୌଜନ୍ୟ ମୂଳକ ସାକ୍ଷାତ୍ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ଜିଲ୍ଲାର ବିଭିନ୍ନ ଚାଲୁରହିଥିବା ପ୍ରକଳ୍ପର ଅଗ୍ରଗତି ଓ ନୂତନ ପ୍ରକଳ୍ପ ଗୁଡ଼ିକର ଅନୁଦାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କଉପସ୍ଥିତିରେ ସମୀକ୍ଷା କରି ବାସୁଦେବପୁର ବିକାଶ ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି। ବାସୁଦେବପୁର ବ୍ଲକ ସୁଗୋ ଗ୍ରାମ ପଞ୍ଚାୟତର ପାଣିସାହି ସ୍ଥିତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଗନ୍ନାଥ ମନ୍ଦିର, ସୁଗୋପାଟଣାସ୍ଥିତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଅଷ୍ଟପ୍ରହରୀ ମଣ୍ଡପର ଅଟକି ରହିଥିବା ସି ଜି ଏଫ୍ ଅର୍ଥ ମଞ୍ଜୁରୀ,ସୁଗୋ ଏଡାତଳ ବାଳିକା ବିଦ୍ୟାମନ୍ଦିର ପାଇଁ ମଞ୍ଜୁର ହୋଇଥିବା ୪୫ଲକ୍ଷ ଟଙ୍କାର କାର୍ଯ୍ୟ ତୁରନ୍ତ ଅଗ୍ରଗତି କରିବା,ପାବନ କ୍ଷେତ୍ର ଏଡାତାଳ ଜଗନ୍ନାଥ ମନ୍ଦିରରେ ସମ୍ପୂର୍ଣ୍ଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବା,ଏଡତାଳ ରଜସ୍ଵ ନିରୀକ୍ଷକଙ୍କ ବାସଭବନ ଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ,ବାସୁଦେବପୁର ବ୍ଲକରେ ଉପନିବନ୍ଧନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥରାଶି ମଞ୍ଜୁର କରିବା,ନୂତନ କରି ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ ଗୃହକୁ କାର୍ଯ୍ୟକରିବା, ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ନିୟନ୍ତ୍ରିତ ବଜାର କମିଟିର ଦୋକାନ ଗୃହ ଆବଣ୍ଟନ କରିବା,ସୁଗୋ ଗ୍ରାମ ପଞ୍ଚାୟତ ଅଧୀନ ଶନିନାୟକ ସାହି ଠାରୁ ସେଠୀ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା, ବାସୁଦେବପୁର – ଇଚ୍ଛାପୁର ରାସ୍ତାର ପଦ୍ମପୁର ବଜାର ସ୍ଥିତ ପୋଲର ପ୍ରଶସ୍ତିକରଣ ଓ ନୂତନ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରିବା,ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ତ୍ତବିଭାଗ ରାସ୍ତା ଠାରୁ କଲ୍ୟାଣପୁର ଭାୟା କାଞ୍ଜିଖିଆ ଦେଇ ନିର୍ମିତ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁରୀ କରିବା,ଗ୍ରାମ୍ୟ ଉନ୍ନୟନ ବିଭାଗ ର ସୁଗୋ ଗ୍ରାମପଞ୍ଚାୟତର ସୁଗୋହାଟ ଠାରୁ କୁସୁନିବିନ୍ଧା ପର୍ଯ୍ୟନ୍ତ ସାଢେ଼ ପାଞ୍ଚ ମିଟର ଚଉଡ଼ା ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ଆଦି ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ବିସ୍ତୃତ ଆଲୋଚନା ଓ ସମୀକ୍ଷା ଅତ୍ୟନ୍ତ ଫଳପ୍ରଦ ହୋଇଥିଲା ବୋଲି ମୁକ୍ତିକାନ୍ତ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,ଅଧିକ୍ଷଣ ଯନ୍ତ୍ରୀ କୋଠାବାରି ,ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ,ଉପନିର୍ଦେଶକ ଯୋଜନା ଏବଂ ପରିବହନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ