ଧର୍ମ ପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଳଧର ମହାପାତ୍ରଙ୍କ ଧର୍ମପତ୍ନୀ ବୈଜୟନ୍ତୀ ମହାପାତ୍ର(୭୭)ଙ୍କର ମଙ୍ଗଳବାର ପରଲୋକ ଘଟିଛି। ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି l ଖବର ପାଇ ସ୍ଥାନୀୟ ସରପଞ୍ଚ ତଅପୋଇ ସେଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l ସ୍ୱର୍ଗତା ମହାପାତ୍ର ଜଣେ ଧର୍ମ ପରାୟଣ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ। ତାଙ୍କ ଉଦ୍ୟମରେ ଗ୍ରାମର ବିଷ୍ଣୁ ମନ୍ଦିର, ଶିବ ମନ୍ଦିର, ଜଳାଶୟ ଏବଂ ବିଦ୍ୟାଳୟ ଆଦି ପ୍ରତିଷ୍ଠା ହୋଇ ପାରିଛି। ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯାଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ, ୩ ପୁଅ, ୩ ବୋହୁ, ଝିଅ,ଜ୍ୱାଇଁ, ନାତି,ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l


