ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ନବ ନିର୍ବାଚିତ ସଭାପତି ନୀଳମଣି ସାମଲଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ); କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଉତ୍ତରଦାୟାଦ ସଂଗଠନ ପକ୍ଷରୁ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର ନବ ନିର୍ବାଚିତ ସଭାପତି ନୀଳମଣି ସାମଲଙ୍କୁ ତାଙ୍କ ଘର ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଗ୍ରାମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି, ସମ୍ପାଦକ ଗୋପାଳକୃଷ୍ଣ ଜେନା ଓ ଦାୟାଦ ସଙ୍ଘର ସମ୍ପାଦକ ପଦ୍ମନାଭ ଦାସ ସଂଗ୍ରାମୀ ଶ୍ରୀ ସାମଲଙ୍କ ଘରକୁ ଯାଇ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଯୋଗୁଁ କୋଭିଡ -୧୯ ନିୟମକୁ ମାନି ଅଧିକ ଲୋକ ନଯାଇ ହାତରେ ସାନିଟାଇଜର ବ୍ୟବହାରକରି , ମୁହଁରେ ମାସ୍କ ପିନ୍ଧି ଏବଂ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ସଂଗ୍ରାମୀ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ଉପସଭାପତି ଫକିର ମୋହନ ଦାସ,ମାନଗୋବିନ୍ଦ ମଳିକ,ନଟବର ପ୍ରଧାନ,ମାଳତୀ ପ୍ରଧାନ,ବାସନ୍ତୀ ଦାସ,ଶିକ୍ଷାବୀତ ଈଶ୍ୱର ଚନ୍ଦ୍ର ସାହୁ,ଦାୟାଦ ସଙ୍ଘର ସଭାପତି ବିଚିତ୍ରାନନ୍ଦ ନାୟକ,କାର୍ଯ୍ୟକାରୀ ସଭାପତି କୁଳମଣି ରାଉତ,ଉପସଭାପତି ବାଉରୀବନ୍ଧୁ ଦାସ,କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ,ସଂଗଠନ ସମ୍ପାଦକ ତୁଷାରକାନ୍ତୀ ଘୋଷ,ଆଇନପରାମର୍ଶଦାତା କୁଞ୍ଜବିହାରୀ ପରିଡା,ନଳିନୀପ୍ରଭା ରାଉତ,ଗାନ୍ଧି ପଦଯାତ୍ରା ପରିଷଦର ସଭାପତି ଭଜକୃଷ୍ଣ ରାଉତ,ଆବାହକ ରାଜେଶ ପଣ୍ଡା,ଗଦାଧର ମଲ୍ଲିକ ପ୍ରମୁଖ କୋଭିଡ -୧୯ ନିୟମକୁ ମାନି ରାଜ୍ୟ ସଂଗ୍ରାମୀ ସଭାପତି ଶ୍ରୀ ସାମଲଙ୍କୁ ବାର୍ତ୍ତାଦେଇ ଅଭିନ୍ଦନ ଜଣାଇ ତାଙ୍କ ସୁସ୍ଥ,ନୀରାମୟ ଜୀବନ ସହ ଶୁଭକାମନା କରିଛନ୍ତି । ଏଥିସହ ଶ୍ରୀ ସାମଲଙ୍କୁ ରାଜ୍ୟ ସଭାପତି ନିର୍ବାଚିତ କରିଥିବାରୁ ଏହାର ସମସ୍ତ ଶ୍ରେୟ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପୃଷ୍ଟପୋଷକ ସାଂସଦ ଭତ୍ତୃହରି ମହତାବ,ଯୁବ ସାମ୍ମୁଖ୍ୟର ଆବାହକ ବିରୁପାକ୍ଷ ତ୍ରାପାଠୀ ଓ ରାଜ୍ୟ ଦାୟାଦ ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କର । କେନ୍ଦ୍ରାପଡା ସଂଗ୍ରାମୀ ସମିତି ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ସଂଗ୍ରାମୀ ଶ୍ରୀ ସାମଲ କହିଛନ୍ତି ଯେ କେନ୍ଦ୍ରାପଡାର ଭାଇମାନଙ୍କ ପ୍ରସ୍ତାବ ପାଇଁ ଆଜି ମୁଁ ଏହି ଆସନରେ ବସି ପାରିଛି । ମୁଁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ ସହ ଯାହାକିଛି ସଂଗ୍ରାମୀ ଓ ଦାୟାଦମାନଙ୍କର କାର୍ଯ୍ୟ ଥିବ ତାକୁ ମୁଁ ନିଶ୍ଚୟ ପୁରଣ କରିବି । ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେବି । ଚଳିତବର୍ଷ ଅଗଷ୍ଟ -୯ କ୍ରାନ୍ତୀ ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ବର୍ଦ୍ଧନା ପାଇବା ପାଇଁ କେନ୍ଦ୍ରାପଡା ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ସଂଗ୍ରାମୀ ମକର ଚରଣ ଦାସଙ୍କ ନାମ ସୁପାରିଶ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ