କୁକୁର ସହ ତୀର୍ଥଯାତ୍ରାରେ ଯାଆନ୍ତି ସାଧୁ
ସାଧାରଣତଃ ସାଧୁମାନେ ଏକାନ୍ତରେ ତୀର୍ଥଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ରାଜସ୍ଥାନରେ ଜଣେ ଭିନ୍ନ ସାଧୁ ଅଛନ୍ତି । ସେ ଯେବେ ଯୁଆଡେ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ସାଥିରେ ୩ ପାଳିତ କୁକୁରଙ୍କୁ ନିଜ ସହ ନେଇଯାନ୍ତି । ନିକଟରେ ସେ ଅମରନାଥ ଯାତ୍ରାରେ ବାହାରିଥିଲେ । ଆଉ ସାଙ୍ଗରେ ତିନି କୁକୁରଙ୍କୁ ନେଇ ମଧ୍ୟ ଯାଇଥିଲେ । ଏହି ସାଧୁ ଜଣଙ୍କ ହେଉଛନ୍ତି ଦୁଲା ନାଥ । ସେ କୁହନ୍ତି, ଏହି ତିନି କୁକୁର ମୋ ଜୀବନ ସାଥୀ । ତେଣୁ ତାଙ୍କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଚାହେଁନି । ବାକି ଜୀବନ ଯେଉଁଆଡେ ତୀର୍ଥ କରିବାକୁ ଯିବି ସାଥିରେ ସେମାନଙ୍କୁ ନେଇ ଯିବି ବୋଲି ସେ କହିଛନ୍ତି । ଗତ ୧୦ ବର୍ଷ ହେବ ହେବ ସେ କୁକୁର ସହ ବିଭିନ୍ନ ତୀର୍ଥସ୍ଥଳ ବୁଲିବାକୁ ଯାଇଛନ୍ତି ।


