ରକ୍ତରେ ଆଇରନ୍ ଅଭାବ ଦୂର କରିବା ପାଇଁ ଫଳ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍ର ଅଭାବ ଦେଖାଦେଉଛି । ଠିକ୍ ଭାବରେ ଖାଦ୍ୟ ଖାଉ ନ ଥିବାରୁ ଏବେ ଅଧିକାଂଶ ଲୋକଙ୍କ ଶରୀରରେ ଆଇରନର ଅଭାବ ଦେଖାଦେଉଛି । ଶରୀରରେ ଆଇରନର ଅଭାବ ହେଲେ ଅଧିକ ଥକାପଣ ଅନୁଭବ ହେବା, ମୁହଁ ଏବଂ ଆଖି ହଳଦିଆ ପଡ଼ିଯିବା, ଲଗାତାର ମୁଣ୍ଡ ପିନ୍ଧିବା, ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଶରୀରରେ ହେଉଥିବା ଆଇରନର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ ଏହି ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।
୧.ବିଟ୍ରେ ଆଇରନ୍ର ମାତ୍ରା ଭରପୂର ହୋଇ ରହିଥାଏ । ପ୍ରତିଦିନ ଏହାକୁ ସାଲାଡ୍ ବା ଜୁସ୍ କରି ପିଇବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ରକ୍ତରେ ଆଇରନ୍ର ଅଭାବ ଦେଖାଯିବ ନାହିଁ ।
୨.ଆଇରନ୍ର ଅଭାବ ଦେଖାଗଲେ ପୋଇ, ବ୍ରକୋଲି, ପତ୍ରକୋବି, ଫୁଲକୋବି ଇତ୍ୟାଦି ପରିବା ଖାଇବା ଆରମ୍ଭ କରନ୍ତୁ । ନିୟମିତ ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହେବା ସହ ରକ୍ତରେ ଆଇରନ୍ର ମାତ୍ରା ଠିକ୍ ରହିଥାଏ ।
୩. ତରଭୂଜ, ସେଓ, ଅଙ୍ଗୁର, କିସ୍ମିସ୍, ଡାଳିମ୍ବ ଇତ୍ୟାଦିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଏହା ଆନେମିଆକୁ ଦୂର କରିଥାଏ । ପ୍ରତିଦିନ ଗୋଟିଏ ଲେଖାଏ ଡାଳିମ୍ବ ଖାଇବା ଆରମ୍ଭ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ