ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଗାଉଲି ପୁଅ
କୋରାପୁଟ, (ଓ୍ବାଇଏନ୍ଏସ୍):ଜାତୀୟ ସ୍ତରରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ ଜଣେ ଗାଉଲି ଓଡ଼ିଆ ପୁଅ ।ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିଶ ଇଣ୍ଡିଆ ୨୦୨୦ ର ସିଜନ ୨ ପ୍ରତିଯୋଗିତା ର ସେମିଫାଇନାଲ ରେ କୋରାପୁଟ ଜିଲ୍ଲାର ଦୁଇ ଓଡ଼ିଆ ଝିଅ ପ୍ରାଞ୍ଜଲ ପାତ୍ର ଏବଂ ଦୀପ୍ତି ରାଣୀ ଚମକି ଛନ୍ତି । ଆଉ ଆଜି ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାର ସେମିଫାଇନାଲ ରେ ନିଜର ଜଲବା ଦେଖାଇଛନ୍ତି କୋରାପୁଟ ବୋରିଗୁମ୍ମା ବ୍ଲକ ର ଗାଉଁଲି ଟୋକା ଶ୍ରୀଧର ମହାପାତ୍ର। ଏହା ଏବେ କୋରାପୁଟ ଜିଲ୍ଲାର ଏବଂ ବୋରିଗୁମ୍ମା ବାସିନ୍ଦାଙ୍କୁ ଆଣିଦେଇଛି ଏକ ଖୁସି ଖବର। ବୋରିଗୁମ୍ମା ବ୍ଲକ ର ପୋଡାପଦର ଗ୍ରାମର ଲୋକନାଥ ମହାପାତ୍ର ଙ୍କ ପୁଅ ଶ୍ରୀଧର ।ଜିରୋନ ପ୍ରଡକ୍ସନ ମିଷ୍ଟେର ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିଲେ ସେ । ଶହ ଶହ ପ୍ରତିଯୋଗୀ ଙ୍କୁ ଚକମା ଦେଇ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ରାଉଣ୍ଡକୁ ଉନ୍ନତି ହୋଇ ସେମିଫାଇନାଲ ରେ ପହଞ୍ଚିଛନ୍ତି ଶ୍ରୀଧର ।ଆଉ ପୁଅର ସଫଳତା ରେ ପରିବାର ର ଖୁସି କହିଲେ ନସରେ। ସାରା ଭାରତରେ ୧୪୬ ଜଣ ସେମିଫାଇନାଲକୁ ଯାଇଥିବା ବେଳେ କୋରାପୁଟରୁ ଶ୍ରୀଧର ଏହି କୃତିତ୍ୱ ପାଇଛନ୍ତି।ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।ବିଶେଷ କରି ମୋଡେଲିଙ୍ଗ କ୍ଷେତ୍ରରେ କୋରାପୁଟ ର ଓଡ଼ିଆ ଯୁବକ ଏଭଳି ସଫଳତା ପାଇବା କମ ଛୋଟ କଥା ନୁହେଁ। ଏହି କୃତିତ୍ୱ ପାଇଥିବା ଓଡ଼ିଆ ପୁଅ ଶ୍ରୀଧର କହିଛନ୍ତି ଯେ ସେ ପିଲା ଦିନରୁ ସ୍ବପ୍ନ ଦେଖିଛନ୍ତି ଅଭିନୟ କରିବେ ମଡେଲ ଜଗତରେ ପାଦ ଥାପିବେ। ତାଙ୍କର ଲକ୍ଷ ଏବେ ପୁରାଣ ପାଇଁ ଜିରୋନ ପ୍ରଡକ୍ଟସନ ଜରିଆରେ ସୁଯୋଗ ମିଳିଛି।ଆଉ ଏହି ସୁଯୋଗ ରେ ମୁ ସଫଳ ହେବି ଏବଂ କୋରାପୁଟ ଜିଲ୍ଲା ନା ରଖିବି ବୋଲି କହିଛନ୍ତି ଶ୍ରୀଧର।ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ବାପା ଓ ମା ବି ବେଶ ଖୁସି ପ୍ରକଟ କରିଛନ୍ତି।