ଦେହରେ ତମ୍ବା ଅଳଙ୍କାର ପିନ୍ଧିଲେ ମିଳିଥାଏ ଏହିସବୁ ଫାଇଦା

ତମ୍ବା ଏକ ଲୋକପ୍ରିୟ ଧାତୁ । ଏହି ଧାତୁରେ ନିର୍ମିତ ପାତ୍ରକୁ ଆମେ ରୋଷେଇରେ ବ୍ୟବହାର କରିଥାଉ । ଠିକ୍ ସେହିପରି କେହି କେହି ତମ୍ବାରେ ତିଆରି ମୁଦି ବି ପିନ୍ଧିଥାନ୍ତି । ଆସନ୍ତୁ ଜାଣିବା ତମ୍ବା ଗହଣା ପିନ୍ଧିଲେ କି ଲାଭ ମିଳିଥାଏ ।
ପ୍ରଥମତଃ ତମ୍ବା ଅଳଙ୍କାର ପିନ୍ଧିଲେ ମୁଣ୍ଡବିନ୍ଧା ହେବାର ଆଶଙ୍କା କମ୍ ହୋଇଥାଏ । ଠିକ ସେହିପରି ଆଣଣ୍ଠୁ ଗଣ୍ଠିରେ ବି ଯନ୍ତ୍ରଣା କମ୍ ହୋଇଥାଏ । ଶରୀରରେ ଯଦି ଜିଙ୍କର ମାତ୍ରା କମ୍ ଥାଏ, ତେବେ ତାର କୁପ୍ରଭାବ ମଧ୍ୟ ପଡ଼ିନଥାଏ ।
ଯଦି ତମ୍ବା ଅଳଙ୍କାର ବିଶେଷ କରି ହାତରେ ବ୍ରେସଲେଟ୍ ପିନ୍ଧିଥିବେ, ତେବେ ଆପଣଙ୍କର ତ୍ୱଚା ସବୁଜ ଦିଶିଥାଏ । ଏହା ଏକ ଅସ୍ୱାଭାବିକ କଥା । ପ୍ରକୃତରେ ଏହା ଏକ ସ୍ୱତନ୍ତ୍ର ପ୍ରତିକ୍ରିୟା ।
ତମ୍ବା ସାଧାରଣତଃ ଆମର ଲୁଣ୍ରିା ତ୍ୱଚାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ବିୋଷ କରି ଆମର ଯେଉଁ ଅଙ୍ଗରୁ ଝାଳ ବାହାରେ ସେଠାରେ ତମ୍ୱାର ପ୍ରଭାବ ଦେଖିବାକୁ ମିଳିଥାଏ । ଯେତେବେଳେ ଆମେ ଖରାରେ ବାହାରିଥାଉ ବା ଖରାରେ କାମ କରିଥାଉ, ସେତେବେଳେ ବେଶି ଝାଳ ବାହାରିଥାଏ । ଏହା ଫଳରେ ଶରୀର ଅମ୍ଳଯୁକ୍ତ ହୋଇଥାଏ ।
ଆପଣ ଯେତେ ଅଧିକ ପରିମାଣରେ ଅମ୍ଳଯୁକ୍ତ ଖାଦ୍ୟ ସେବନ କରିବେ, ସେତେ ଶୀଘ୍ର ଆପଣ ଅସୁସ୍ଥ ହୋଇପଡିବେ । ଯଦି ଆପଣ ଶରୀରରେ ତମ୍ବା ଅଳଙ୍କାର ପିନ୍ଧିଥିବେ ତେବେ ଏ ସବୁ ଜିନିଷର ଖରାପ ପ୍ରଭାବ ଶରୀର ଉପରେ ପଡିନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ