ବାସ୍ତୁଦୋଷ ଦୂର କରେ ଫିଟିକିରି, ଜାଣନ୍ତୁ ବ୍ୟବହାର ବିଧି
ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି । ବେଳେ ବେଳେ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ । ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ ଫିଟିକିରି ରଖନ୍ତୁ । ଏହି ଛୋଟ ଫିଟିକିରି ଆପଣଙ୍କ ଘରର ବାସ୍ତୁଦୋଷ ଦୂର କରିପାରିବ । ମନେ ରଖିବେ ଫିଟିିକିରି ପ୍ରତିମାସରେ ବଦଳେଇବା ଜରୁରୀ । ଆପଣଙ୍କ ଦୋକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ । ଏହା ଆପଣଙ୍କ ଦୋକାନ ଉପରେ ଥିବା ଖରାପ ନଜରରୁ ରକ୍ଷା କରିବ । ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଆ ଘରେ ଏକ ଗିନାରେ ଫିଟିକିରି ରଖନ୍ତୁ । ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି ।


