ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବୁଧବାର ଦିନ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ବାହାଡାପଦର ଜଳେଶ୍ବର ଶିବ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଛି ଏହି ଅବସରରେ ଯଥା ସମ୍ଭବ କମ୍ କର୍ମ କର୍ତ୍ତା ଙ୍କୁ ନେଇ ମାସ୍କ ପରିଧାନ ସହ ସମସ୍ତ କୋଭିଡ ନିୟମ ପାଳନ ପୂର୍ବକ ଏହି ମହତ କାର୍ଯ୍ୟଟି କରାଯାଇଛି ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶ୍ରୀ ଜଗବନ୍ଧୁ ଜେନା, ସଂପାଦକ ସଂତୋଷ ଜେନା, ସହ ସଂପାଦକ ଡଃ ଗୁରୁମୂର୍ତ୍ତୀ ନାୟକ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା, ବରିଷ୍ଠ ସଦସ୍ୟ ଅଜିତ କୁମାର ତ୍ରିପାଠୀ, ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସଭ୍ୟ ରବି ନାରାୟଣ ମହାନ୍ତି, ସଭ୍ୟ ଅବିନାଶ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଫଳନ୍ତି ବୃକ୍ଷ ଶିବ ମନ୍ଦିର ପରିସରରେ ରୋପଣ କରିଥିଲେ ଏଥିରେ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ତଥା ବାହାଡାପଦରର ସ୍ବେଚ୍ଛା ସେବୀ ମାନେ ସହଯୋଗ କରିଥିଲେ ଏହି ଅବସର ରେ ନୂତନ ରୂପେ ଯୋଗ ଦେଇଥିବା ସଂଗଠନ ସଂପାଦକ ତଥା ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀ ବିଶ୍ବମ୍ବର ଜେନାଙ୍କୁ ଆନୁଷ୍ଠାନିକ ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା ା ସମ୍ବାଦ ସାହିତ୍ୟ ଘର ର ରାଜ୍ୟ ସଯୋଜିକା ଡଃ ଶୁଭଶ୍ରୀ ଲେଙ୍କାଙ୍କ ପରାମର୍ଶରେ ଚାଲୁରହିଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତେ ସ୍ବାଗତ କରିବା ସହ ବୃକ୍ଷରୋପଣ ପରି ଏକ ଅତି ଜରୁରୀ ଓ ସମାଜ ହିତକାରୀ କାର୍ଯ୍ୟ କରିବା ପାଇଁ ସଚେତନତା ସୃଷ୍ଟି ପାଇଁ ସମସ୍ତେ ଶପଥ ନେଇଥିଲେ
ସନ୍ତୋଷ କୁମାର ଜେନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ