ଦଳିତ ଖ୍ରୀଷ୍ଟିଆନ ପକ୍ଷରୁ କଳା ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସୋମବାର ଜାତୀୟ ଦଳୀତ ଖ୍ରୀଷ୍ଟିଆନ ପରିଷଦ ଓଡିଶା ଶାଖା ପକ୍ଷରୁ ଜାତୀୟ କଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାର ଖ୍ରିଷ୍ଟିଆନ ଭାଇ ଭଉଣୀମାନେ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରାରେ ବାହାରି ବିଜିପୁର ଓଡିଆ ବାପଟିଷ୍ଟ ଚର୍ଚ୍ଚ ନିକଟରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଏହି ପଦଯାତ୍ରାରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭଳି ଖ୍ରୀଷ୍ଟିଆନ ଦଳୀତ ବର୍ଗଙ୍କୁ ଅନୁସୂଚିତ ଜାତୀର ମାନ୍ୟତା ଦିଆଯିବାକୁ ଦାବୀ କରାଯାଇଥିଲା । ଏହି ଅବସରରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ଓଡିଶା ଶାଖାର ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ , ସଭାପତି ପ୍ରଫୁଲ୍ଲ ଲିମା, ସହ ସଂପାଦକ ସାଗର ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ