ଆରମ୍ଭ ହେବ ପାର୍ବଣ ଋତୁ ; ଦ୍ୱନ୍ଦରେ ମୂର୍ତ୍ତି କାରିଗର

କୋଦଳା, (ଗୁଲସନ କୁମାର କର):ଆଉ ଏକମାସ ପରେ ଆରମ୍ଭ ହେବ ପାର୍ବଣ ଋତୁ, ପ୍ରଥମ ପୂଜ୍ୟ ଶ୍ରୀ ଗଣେଷ ଙ୍କ ଠାରୁ ଆରମ୍ଭ କରି ବିଶ୍ଵକର୍ମା, ଦୁର୍ଗା,ଗଜଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ମୂର୍ତ୍ତି ତିଆରି ହେବ ନା ନାହିଁ ତାହା ଆକଳନ କରାଯାଇପାରୁନି, କାହିଁକି ନା ଆଉ ମାସେ ମାତ୍ର ଗଣେଷ ପୂଜାକୁ ବାକି ଥିବା ବେଳେ ପ୍ରତିବର୍ଷ ଭଳି ଏହି ବର୍ଷ କିନ୍ତୁ ମୂର୍ତ୍ତି ତିଆରି ନିମନ୍ତେ କାରିଗର ମାନଙ୍କୁ ବରାଦ ମିଳିନି। ଏଥିସହ କରୋନା ନିମନ୍ତେ ବିଭିନ୍ନ ପ୍ରକାରର କଟକଣା ସବୁ ଥିବାରୁ ଗଣେଷ ପୂଜା ହେବ ନା ନାହିଁ ତାହା ଆଶା ଓ ଆଶଙ୍କାରେ ରହିଯାଉଛି। ଏହା ଯୋଗୁଁ ବିଭିନ୍ନ ପରମ୍ପରା ଓ ପର୍ବପର୍ବାଣି ମଧ୍ୟ ଆଗରୁ ପ୍ରଭାବିତ ହୋଇଛି ଯେପରିକି ଦଣ୍ଡଯାତ୍ରା, ଚୈତ୍ର ଯାତ୍ରା,ଠାକୁରାଣୀ ଯାତ୍ରା,ପଣା ସଂକ୍ରାନ୍ତି ,ରଥଯାତ୍ରା ଓ ରଜ ଭଳି ଅନେକ। ଏହାରି ଭିତରେ ଚଳିତ ବର୍ଷ ଗଣେଷ ପୂଜା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଣ ପଦକ୍ଷେପ ନିଆଯାଉଛି ତାହାକୁ ଅପେକ୍ଷା। ଗଣେଷ ପୂଜା ପ୍ରତେକ ବର୍ଷ ଅତି ଧୁମଧାମରେ କୋଦଳାର ବିଭିନ୍ନ ସାହି ମାନଙ୍କରେ ଅନୁଷ୍ଠିତ ହେବା ସହ ବେଗୁନିଆପଡା,ମଠସରସିଙ୍ଗି,ଛଚିନା, ଦିଗାପଡା, ସୁମୁଣ୍ଡଳ,ତାଳସର, ଅଙ୍ଗାର ଗାଁ ଆଦି ପ୍ରତେକ ଗାଁ ମାନଙ୍କରେ ଯୁବଗୋଷ୍ଠୀମାନଙ୍କ ମିଳିତ ଉଦ୍ୟମରେ ବଡ଼ ବଡ଼ ମେଢ ଆୟୋଜନ ହୋଇଥାଏ।ପ୍ରତେକ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ବିଦ୍ୟାଦାତାଙ୍କ ମୂର୍ତ୍ତି ପୂଜା କରାଯାଉଥିବା ବେଳେ କରୋନା କଟକଣା ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ଅଛି।ଏତତ୍ ବ୍ୟତୀତ ମୂର୍ତ୍ତି ତିଆରି ପାଇଁ କଞ୍ଚାମାଲ ମଧ୍ୟ ସଠିକ ଭାବରେ ମିଳୁନାହିଁ କେବଳ ମୂର୍ତ୍ତି କାରିଗର ନୁହେଁ ଲାଇଟ ଏଣ୍ଡ ସାଉଣ୍ଡ ବାଲାଙ୍କୁ ମଧ୍ୟ ବରାଦ ମିଳିନି । କେତେଜଣଙ୍କ ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ ଗଣେଷ ପୂଜା କେତେଦିନ ଥିବା ଆଗରୁ ବରାଦ ମିଳି କାମ ଆରମ୍ଭ ହେଇଯାଉଥିଲା, ଡେକୋରେସନ ମଧ୍ୟ ଜୋରଦାର ଚାଲିବା ସହ ରୋଜଗାର ମଧ୍ୟ ଖୁବ ହେଉଥିଲା ତା ସହ ଭସାଣି ପାଇଁ ଡିଜେ ମଧ୍ୟ ବରାତ ରହୁଥିଲା କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଣ ହେବ ତାହା କିଛି ବି ସ୍ପଷ୍ଟ ହୋଇପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ