ବ୍ରହ୍ମପୁର ମହାନଗର ନିଗମ ସହକାରୀ ଯନ୍ତ୍ରୀ କରୋନା ମୃତ୍ୟୁ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ମହାନଗର ନିଗମ ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ କୈଳାସ ଚନ୍ଦ୍ର ନାୟକ।ସେ ଭୁବନେଶ୍ୱର କୀମସ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମତ୍ୟୁ ହୋଇଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୃତ ସହକାରୀ ଯନ୍ତ୍ରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଶୋକ ବାର୍ତ୍ତାରେ ସମବେଦନା ଜଣାଇଛନ୍ତି ।


