କୋଭିଡ ପରୀକ୍ଷାଗାର ଭିତ୍ତିଭୂମିରେ ଦ୍ରୁତ ବିକାଶ ହେଉଛି
ନୂଆଦିଲ୍ଲୀ : ଦେଶରେ ଶୁକ୍ରବାର ସୁଦ୍ଧା ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି । କେବଳ ଗତ ୨୪ ଣ୍ଟା ମଧ୍ୟରେ ଦେଶରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି । ସେହି ଅନୁସାରେ ଦେଶରେ ଏବେ ୧୦ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା ପରୀକ୍ଷା କରାଯାଉଛି, ଯାହା ପରୀକ୍ଷାଗାରର ବ୍ୟାପକ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବର୍ତ୍ତମାନ ସୁଦ୍ଧା ୧୨୯୦ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟ ଯୋଗୁଁ ବିଭିନ୍ନ ପଦ୍ଧତିରେ ଏହି ପରୀକ୍ଷଣ ହେଉଛି । ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ ୮୯୭ ଓ ଘରୋଇ କ୍ଷେତ୍ରରେ ୩୯୩ଟି ପରୀକ୍ଷାଗାର କାର୍ଯ୍ୟ କରୁଛି ।


