ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କରୋନା ମହାମାରୀର ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରି ସାଧାରଣ ଲୋକଙ୍କୁ ଘରେ ବନ୍ଦୀ କରି ରଖି ପେଟ୍ରୋଲ ,ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କରିବା ସହିତ ଶ୍ରମିକଙ୍କୁ ୮ଘଂଟା ବଦଳରେ ୧୨ଘଂଟା କାର୍ଯ୍ୟ ଦିବସ କରିବା,କୈାଣସି ପୁରୁଣା କାରାଖାନାକୁ ନଚଳାଇବା ସହିତ ପ୍ରବାସୀମାନଙ୍କୁ କାମ ନଦେବାରୁ ସେମାନେ ପୁଣି ଫେରିଲେଣି । ଦେଶରେ ୧୯୫୫ମସିହାରୁ ଲାଗୁ ହୋଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଆଇନକୁ ପରିବର୍ତ୍ତନ କରିବା ପାଇଁ ଅଧ୍ୟାଦେଶ ଆଣିବା,ଏହାକୁ ପ୍ରତିବାଦ କରିବାକୁ ଗଲାବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବେଆଇନ ଘୋଷଣା କରି କେଶ ମଧ୍ୟ ଲଦି ଦିଆଯାଉଛି । କରୋନା ମହାମାରୀ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି,ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଲାଣି,ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଇକ୍ରୋ ଫାଇନାନ୍ସରୁ ଆଣିଥିବା ଋଣ ଆଦାୟର ଜୁଲମ,ଚାଷୀ ତା ଫସଲକୁ ବିକ୍ରୀ କରିପାରୁନାହିଁ କିମ୍ବା ନୂତନ ଫସଲ ପାଇଁ ଅମ୍ଫାନ ବାତ୍ୟାର କ୍ଷତିପୁରଣ ସହିତ ବିନା ସୁଧରେ ସାର,ଔଷଧ ଯୋଗାଯାଇ ପାରୁ ନାହିଁ । ଗତ ବର୍ଷ ମଇ ୩ତାରିଖରେ ଫନି ବାତ୍ୟାର ମଧ୍ୟ କ୍ଷତି ପୁରଣ ଦିଆଯାଇନାହିଁ । ପିଲାମାନଙ୍କୁ ପାଠପଢାଇବାର ବିକଳ୍ପ ବ୍ୟବସ୍ଥା ସରକାର ଗ୍ରହଣ କରିପାରୁନାହାନ୍ତି । ଏଥିସହିତ କରୋନା ମହାମାରୀ ନାମରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାକୁ ଯୁଦ୍ଧକାଳିନ ଭିତ୍ତିରେ ପ୍ରତିକାର କରାଯିବା,ମନରେଗା ପ୍ରକଳ୍ପକୁ କାର୍ଯ୍ୟକାରୀ କରି ଦିନ ମଜୁରିଆ ଓ ବେରୋଜଗାରୀ ଯୁବକ/ଯୁବତୀଙ୍କୁ ସର୍ବନିମ୍ନ ୨ଶହ ଦିନର କାମ ଓ ୬ଶହ ଟଙ୍କା ମଜୁରୀ ଯୋଗାଇ ଦେବା,ମନରେଗା ପ୍ରକଳ୍ପକୁ କୃଷିକ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା,ଆୟକର ଦେଉନଥିବା ସମସ୍ତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ