ପନ୍ଦାଡୋରେ ଗାଈଗୋରୁଙ୍କୁ ଅଜଣା ରୋଗ, ଅନେକ ଆକ୍ରାନ୍ତ

ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ):ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଗାଈ ଗୋରୁ ମାନଙ୍କୁ ଅଜଣା ରୋଗ ବ୍ୟାପୁଥିବା ଜଣାଯାଇଛି । ଗାଈ ଗୋରୁ ମାନଙ୍କୁ ଜ୍ୱର ହେବା ସହ ସେମାନଙ୍କ ବେକରେ ଆବୁ ଭଳି ଫୁଲିଯାଉ ଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଆକ୍ରାନ୍ତ ଗୋରୁଗାଈଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗ୍ରାମର ପଞ୍ଚାନନ ଜେନାଙ୍କ ଦୁଇଟି, ସୁବାସ ଜେନାଙ୍କ ଦୁଇଟି, ଶୁକଦେବ ଘଡେଇଙ୍କ ଗୋଟିଏ, ଧନେଶ୍ୱର ଜେନାଙ୍କ ଗୋଟିଏ, ଅଲେଖ ଜେନାଙ୍କ ଗୋଟିଏ, ଭାଲୁ ଜେନାଙ୍କ ଗୋଟିଏ, ନୃଷିହଂ ଘଡେଇଙ୍କ ଗୋଟିଏ ଗୋରୁ ଆକ୍ରାନ୍ତ ହୋଇଛନ୍ତି । ପଶୁଚିକିତ୍ସା ବିଭାଗ ପକ୍ଷରୁ ତୁରନ୍ତ ଏକ ଡାକ୍ତରୀଦଳ ଉକ୍ତ ଗ୍ରାମକୁ ଯାଇ ଗୋରୁଗାଈଙ୍କ ଚିକିତ୍ସା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ