ଅମାନିଆଙ୍କ ଠାରୁ ୫ ହଜାର ୫ ଶହ ଜୋରିମାନା ଆଦାୟ
ବନ୍ତ, (ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ୯ ଜଣ ଅମାନିଆଙ୍କ ଠାରୁ ୫ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବନ୍ତ ଥାନା ପକ୍ଷରୁ ଏମ୍.ଭି.ଆକ୍ଟରେ ୨ ଜଣଙ୍କ ଠାରୁ ୨ ହଜାର ଓ ମାସ୍କ ବ୍ୟବହାର କରିନଥିବା ୨ ଜଣଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାସ୍କ ବ୍ୟବହାର କରିନଥିବା ୫ ଜଣ ବ୍ୟକ୍ତିଙ୍କ ଠାରୁ ୨ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।


