ଗୋଟିଏ ଦିନରେ ୪.୨ ଲକ୍ଷରୁ ଅଧିକ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪,୨୦,୦୦୦ରୁ ଅଧିକ କୋଭିଡ ପରୀକ୍ଷା କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ୩,୫୦,୦୦୦ ସଂଖ୍ୟକ ନମୁନା ପରୀକ୍ଷଣ କରାଯିବା ଦ୍ଵାରା ଏହି ଉଚ୍ଚତର ସଂଖ୍ୟା ଆସିପାରିଛି । ସ୍ନୁବାର ସୁଦ୍ଧା ୪,୨୦,୮୯୮ ନମୁନା ପରୀକ୍ଷା କରାଯିବା ସହିତ ମିଲିୟନ ପିଛା ନମୁନା ପରୀକ୍ଷଣ ୧୧,୪୮୫କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ପରୀକ୍ଷଣ ସଂଖ୍ୟା ୧,୫୮,୪୯,୦୬୮ରେ ପହଞ୍ଚିଛି । ଜାନୁଆରୀ ୨୦୨୦ରେ କେବଳ ଗୋଟିଏରୁ ବୃଦ୍ଧି ପାଇ ଆଜି ୧୩୦୧ଟି ପରୀକ୍ଷାଗାର ରହିଛି, ଯାହାମଧ୍ୟରେ ୯୦୨ ଟି ସରକାରୀ ଏବଂ ୩୯୯ଟି ଘରୋଇ ପରୀକ୍ଷାଗାର ରହିଛି । ଆଇସିଏମଆରର ସରଳ ଓ ସଂଶୋଧିତ ନିୟମାବଳୀ ଓ ସରକାରଙ୍କ ଅନବରତ ପ୍ରୟାସ ଯୋଗୁଁ ବ୍ୟାପକ ପରୀକ୍ଷଣ ସମ୍ଭବ ହୋଇଛି । କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଦ୍ରୁତ ପରୀକ୍ଷଣ ସହ “ପରୀକ୍ଷା, ଚିହ୍ନଟ, ଚିକିତ୍ସା”ର ରଣନୀତି ଯୋଗୁଁ ଦୈନିକ ସଂକ୍ରମିତ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ କ୍ରମଶଃ ଏହା ହ୍ରାସ ପାଇବ । ଏହି ପଦ୍ଧତି ଅନୁସରଣ ଯୋଗୁଁ ଏନସିଟିରେ ମଧ୍ୟ ମାମଲା ହ୍ରାସ ପାଇବା ପରିଲକ୍ଷିତ ହୋଇଛି । ହୋଲିଷ୍ଟିକ ଷ୍ଟାଣ୍ଡାର୍ଡ ଅଫ କେୟାର ଆଭିମୁଖ୍ୟ ଉପରେ ଆଧାରିତ ପ୍ରଭାବଶାଳୀ ଏବଂ ଗୁଣାତ୍ମକ ଚିକିତ୍ସା ପରିଚାଳନା ନିୟମାବଳୀ ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । ବିଶେଷତଃ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସାମୂହିକ ପ୍ରୟାସ ଯୋଗୁ କୋଭିଡ ଜନିତ ମୃତ୍ୟୁହାର ରୋକାଯାଇ ପାରିଛି । ଏହା ଯଥେଷ୍ଟ ହ୍ରାସ ପାଇ ୨.୩୫%କୁ ଖସିଛି ଯାହାକି ବିଶ୍ଵରେ ସର୍ବନିମ୍ନ । ୩୨,୨୨୩ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ସଂଖ୍ୟା ଆଜି ୮,୪୯,୪୩୧ରେ ପହଞ୍ଚିଛି । ସୁସ୍ଥତା ହାର ସର୍ବୋଚ୍ଚ ୬୩.୫୪%ରେ ପହଞ୍ଚିଛି । ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ବ୍ୟବଧାନ ମଧ୍ୟ ୩,୯୩,୩୬୦କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ