ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି
ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି । ଏପରି ଅଭ୍ୟାସ ଦ୍ୱାରା ଏମାନେ ନିଜେ ଅସୁବିଧାରେ ପଡ଼ିବା ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଟ୍ରାଫିକ ପୋଲିସ ଧରୁଛନ୍ତି । ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ୫ ଜଣରେ ୩ ଜଣ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି । ଏହି କ୍ଷେତ୍ରରେ ଉତ୍ତର ଭାରତୀୟମାନେ ସବୁଠାରୁ ଆଗରେ ଅଛନ୍ତି । ଯେତେବେଳେ ଦକ୍ଷିଣ ଭାରତରେ ଡ୍ରାଇଭିଂ ସମୟରେ ୫୨ ପ୍ରତିଶତ ଲୋକ ମୋବାଇଲ ବ୍ୟବହାର କରିଥାନ୍ତି ସେତେବେଳେ ଉତ୍ତର ଭାରତରେ ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରନ୍ତି । ଖୋଲାଖୋଲି ଭାବେ ଆଇନର ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣରୁ ମାତ୍ର ଜଣେ ଏମିତି ଭୁଲ୍ ସ୍ୱୀକାର କରୁଥିବା ବେଳେ ଅନ୍ୟମାନେ ଏହାକୁ ଅସ୍ୱୀକାର କରନ୍ତି । ମୋବାଇଲ ବ୍ୟବହାର ସହ ଡ୍ରାଇଭିଂର ସ୍ପିଡ ମଧ୍ୟ ଅନେକ ସମୟରେ ଆମକୁ ଅସୁବିଧାରେ ପକାଉଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ।


