ଭଲ ଜୀବନସାଥୀ ପାଇଁ ଲଣ୍ଡା ହୁଅନ୍ତି ଯୁବତୀ
ସାଉଥ୍ ଆଫ୍ରିକାର ଇଥିଓପିଆ ଓ ସୋମାଲିଆ ମଧ୍ୟରେ ରହିଛନ୍ତି ବୋରାନା ଜନଜାତି । ଏହି ଜନଜାତିଙ୍କର ପରମ୍ପରା ବିଶ୍ୱରେ କେଉଁଠି ଦେଖିବାକୁ ମିଳେ ନାହିଁ । ଏଠାକାର ପରମ୍ପରା ଅନୁଯାୟୀ, ଝିଅମାନେ ନିଜ ପାଇଁ ଯେପର୍ଯ୍ୟନ୍ତ ସୁନ୍ଦର ଜୀବନସାଥୀ ପାଇ ନାହାନ୍ତି ସେପର୍ଯ୍ୟନ୍ତ ଏମାନେ କେଶ ବାନ୍ଧନ୍ତି ନାହିଁ । ଏମିତିକି କେଶ ନ ରଖି ଲଣ୍ଡା ହୁଅନ୍ତି । ନାରୀର ସୌନ୍ଦର୍ଯ୍ୟ ବିଶେଷ ଭାବେ କେଶ ଉପରେ ନିର୍ଭର କରୁଥିଲେ ମଧ୍ୟ ଏଠାକାର ପରମ୍ପରା କିନ୍ତୁ ଏହିଭଳି । ଏହା ବ୍ୟତୀତ ଯେ ପର୍ଯ୍ୟନ୍ତ ଏମାନଙ୍କୁ ଜୀବନସାଥୀ ନ ମିଳିଛିି ସେପର୍ଯ୍ୟନ୍ତ ସେମାନେ ଫଟୋ ଉଠାନ୍ତି ନାହିଁ କି କ୍ୟାମେରା ସାମ୍ନାକୁ ବି ଯାଆନ୍ତି ନାହିଁ ।


