ପୁସ୍ତକାଳୟର ଗାଁ

ମହାରାଷ୍ଟ୍ରର ଭିଲୋରଠାରେ ରହିଛି ଏକ ଛୋଟ ଗାଁ, ଯାହା ଗତ କିଛି ବର୍ଷ ହେବ ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କାରଣ ଏହି ଗାଁର ପ୍ରତ୍ୟେକ ଘରେ ରହିଛି ପୁସ୍ତକାଳୟ ବା ଲାଇବ୍ରେରୀ । ଏହି ଗାଁ “ପୁସ୍ତକାଚେ ଗାଓଁ’ ବା “ବୁକ୍ ଭିଲେଜ’ ଭାବେ ବେଶ୍ ପରିଚୟ ଲାଭ କରିଛି । ଏଠାରେ ବହିଗୁଡିକୁ ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇ ଗାଁର ୩୦ଟି ଘରେ ଅତି ଯତ୍ନର ସହ ସଜାଡି ରଖାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବିନା ମୂଲ୍ୟରେ ବିଭିନ୍ନ ପୁସ୍ତକ ଯଥା ଧର୍ମ, ସାହିତ୍ୟ, ପରିବେଶ, ଇତିହାସ, ଜୀବନୀ, ଆତ୍ମଜୀବନୀ, ଶିଶୁ ପତ୍ରିକା ଆଦି ବହି ପଢିବାର ସୁଯୋଗ ପାଇଥାନ୍ତି । ଆଜିର ଡିଜିଟାଲ ଯୁଗରେ ଲୋକେ ମୋବାଇଲ ଫୋନ୍ ଯୋଗେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବାବେଳେ ଏହି ପୁସ୍ତକାଳୟ ଗାଁ ପର୍ଯ୍ୟଟକଙ୍କୁ ବିନା ମୂଲ୍ୟରେ ପଢିବାର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ନିକଟରେ ମହାରାଷ୍ଟ୍ର ସରକାର ଏହି ଗାଁକୁ ଭାରତର ପ୍ରଥମ ପୁସ୍ତକାଳୟ ଗାଁର ମାନ୍ୟତା ପ୍ରଦାନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ