ଚା’ ଲାଗିବ ବିୟର୍ ପରି
ସକାଳକୁ ତାଜା ଓ ସତେଜ କରେ କପେ ଚା’ । ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା । ତେବେ କାହାକୁ କେଉଁ ପ୍ରକାର ଚା’ ପସନ୍ଦ ଥାଏ । ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଗ୍ରୀନ୍ ଟି, ବ୍ଲାକ୍ ଟି ପିଉଥିବାବେଳେ ଅନ୍ୟମାନେ କ୍ଷୀର ପକା ସ୍ୱାଦିଷ୍ଟ ଚା’ ପସନ୍ଦ କରନ୍ତି । ଚା’ର ଅନେକ ପ୍ରକାର ବି ରହିଛି । ତେବେ ନିକଟରେ ଏମିତି ଚା’ ଆସିଛି ଯାହା ନିଶାସକ୍ତ ବ୍ୟକ୍ତିଙ୍କୁ ନିଶ୍ଚୟ ଭଲ ଲାଗିବ । କାରଣ ଏହାର ସ୍ୱାଦ ବିୟର ପରି । ହେଲେ ଏଥିରେ ଆଲକୋହଲ୍ ଆଦୌ ନାହିଁ । “ଭିକ୍ଟୋରିଆ ବିଟର୍’ ନାମକ ଅଷ୍ଟ୍ରେଲୀୟ ବିୟର କମ୍ପାନୀ ଏହାକୁ ତିଆରି କରିଛି ।


