ହାତୀ ପାଇଁ ଦିନଟିଏ
(ଯୁଗାବ୍ଦ ନ୍ୟୁଜ) , ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ବିଶ୍ୱ ହାତୀ ଦିବସ । ହାତୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ନିମତ୍ତେ ୨୦୧୧ ମସିହାରେ ପ୍ରଥମେ ବିଶ୍ୱ ହାତୀ ଦିବସ ପାଳିତ ହୋଇଥିଲା । ସୁଚନାଯୋଗ୍ୟ , ଭାରତରେ ପଥମେ ୧୯୯୨ ମସିହାରେ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ର ଆରମ୍ଭ ହୋଇଥିଲା । ଜଙ୍ଗଲୀ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିଲେ୍ ମଧ୍ୟ ବିଭିନ୍ନ କାରଣରୁ ହାତୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ଯାହା ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହାତୀ ସଂରକ୍ଷଣ ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କିଭଳି ଭାବେ ହତୀମାନଙ୍କତର ବଂଶ ବୃୃଦ୍ଧି କରାଯାଇପାରିବ ସେନେଇ ତତ୍ପର ଅଛନ୍ତି । ପରିସଂଖ୍ୟନଉପରେ ନଜର ପକାଇଲେ ସମଗ୍ର ଭାରତରେ ୨୭ ହଜାର ୩୧୨ ଜଣ ହାତୀ ଅଛନ୍ତି । ୨୦୧୭ ରିପୋର୍ଟ ଅନୁସାରେ , ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ହାତୀସଂଖ୍ୟା ୨୩୨ ଥିବାବେଳେ ଚିଡିଆଘରେ ୮୫ ରହିଛି । ସର୍କସରେ ବନ୍ଦୀ ହୋଇ ୨୬ଟି ହାତୀ ରହିଥିବାବେଳେ ବିଭିନ୍ନ ଧାର୍ମିକ ସ୍ଥାନରେ ୯୬ଜଣ ହାତୀ ଅଛନ୍ତି ।
ହାତୀ ସହ ବଲିଉଡର ସଂପର୍କ-
ହାତୀକୁ ନେଇ ବଲିଉଡରେ ବିଭିନ୍ନ ଫିଲ୍ମ ନିର୍ମିତ ହୋଇଛି ।
-୧୯୭୧ ମସିହାରେ ରିଲିଜ ହୋଇଥିଲା ରାଜ୍ଶ ଖାନ୍ନା ଓ ତନୁଜାଙ୍କ ଅଭିନୀତ ଫିଲ୍ମ “ହାଥୀ ମେରା ସାଥୀ ” ।
-୧୯୮୯ ମସିହାରେ ପରଦାକୁ ଆସିଥିଲା ଜ୍ୟାକି ସ୍ରଫ ଓ ଜୟାପ୍ରଦାଙ୍କ ଅଭିନୀତ ଫିଲ୍ମ “ମେଁ ତେରା ଦୁସ୍ମନରେ” ।
-୧୯୭୮ ମସିହାରେ ରିଲିଜ ହୋଇଥିଲା ଫିଲ୍ମ “ସଫେଦ ହାଥୀ ”, ଯାହା ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିଲା ।
-୨୦୦୮ ମସିହାରେ ରିଲିଜ ହୋଇଥିଲା ଆନିମେସନ ଫିଲ୍ମ “ଜମ୍ବୋ” ଯେଉଁଥିରେ ଅକ୍ଷୟ କୁମାର , ଡିମ୍ପଲ କପାଡିଆ , ଲାରା ଦତ୍ତ ନିଜର ଭଏସ ଦେଇଥିଲେ ।
– ହାତୀ ଓ ମନୁଷ୍ୟର ସମ୍ପର୍କ ଓ ହାତୀର ସୁରକ୍ଷାକୁ ନେଇ ୨୦୧୯ରେ ବଲିଉଡରେ ରିଲିଜ ହୋଇଥିଲା ବିଦ୍ୟୁତ ଜାମାଲ ଓ ପୁଜା ସାୱନ୍ତଙ୍କ ଅଭିନୀତ ଫିଲ୍ମ “ଜଙ୍ଗଲୀ”।