ଲୋକସଭା ନିର୍ବାଚନ ଲଢିପାରନ୍ତି ବୀରେନ୍ଦ୍ର ସେହ୍ୱାଗ

ଚଣ୍ଡୀଗଡ : ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଏବଂ ବିସ୍ଫୋରକ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏବେ ରାଜନୀତି ପିଚରେ ବହୁତ ଶୀଘ୍ର ମ୍ୟାଚ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ହରିୟାଣାରୁ ବିଜେପି ପାର୍ଥୀ ହୋଇ ପାରନ୍ତି । ବିଜେପି ଏଠାରେ ରୋହତକ ଆସନରୁ ତାଙ୍କୁ ସୁଯୋଗ ଦେବାର ସମ୍ଭାବନା ଦେଖାଯାଉଛି ।

୨୦୧୯ ଲୋକସଭା ନିର୍ବାଚନ ପାଇଁ ରବିବାରକୁ ବିଜେପିର କୋର କମିଟି ବୈଠକରେ ସାମିଲ ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି କି, ରୋହତକ ଆସନରେ କଂଗ୍ରେସର ଦିଗଜ ନେତା ଦୀପେନ୍ଦ୍ର ସିଂହ ହୁଡାଙ୍କୁ ଟକ୍କର ଦେବା ପାଇଁ ସେହ୍ୱାଗଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ପ୍ରଦେଶ ଦଳ ଅଧ୍ୟକ୍ଷ ସୁଭାଷ ବରାଲା ସେହ୍ୱାଗଙ୍କ ପାର୍ଥୀତ୍ୱ ଚର୍ଚ୍ଚା ସ୍ପଷ୍ଟ ଭାବରେ ମନା କରି ଦେଇଛନ୍ତି । ସେ ଦଳରେ ସାମିଲ ହୋଇ ନାହାଁନ୍ତି । ଅନ୍ୟ ପକ୍ଷରେ ବିଜେପିର ବିଶେଷ ସୂତ୍ର ଅନୁଯାୟୀ, ଦଳର ଜଣେ ବରିଷ୍ଠ ନେତାଙ୍କୁ ପୂର୍ବ କ୍ରିକେଟରଙ୍କ ପର୍ଯ୍ୟନ୍ତ ଏହି ଖବର ପହଂଚାଇବାକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଏହା ସେହୱାଗଙ୍କ ଉପରେ ନିର୍ଭର କରେ ଯେ, ସେ ବିଜେପିରେ ଯୋଗ ଦେବା ପାଇଁ ଇଚ୍ଛୁକ ଅଛନ୍ତି କି, ନାହିଁ ।

ବୀରେନ୍ଦ୍ର ସେହ୍ୱାଗଙ୍କ ବ୍ୟତୀତ ସୁଫୀ ଗାୟକ ହଂସରାଜ ହଂସଙ୍କ ନାମ ବିଜେପିର ସମ୍ଭାବିତ ପାର୍ଥୀଙ୍କ ସୂଚି ସାମ୍ନାକୁ ଆସିଛି । ସେ ଏବେ କଂଗ୍ରେସରୁ ଅଲଗା ହୋଇ ବିଜେପିରେ ସାମିଲ ହୋଇଛନ୍ତି । ସିରସା ଲୋକସଭା ଆସନରୁ ସେ ବିଜେପିରେ ଲଢି ପାରନ୍ତି । ତେବେ ହଂସରାଜଙ୍କୁ ଏବେ ନିର୍ବାଚନୀ କାମ ଆରମ୍ଭ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ