ଭାରତରେ ମୃତ୍ୟୁହାର ସୁଧାର ସହିତ ୨.୨୫%ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତର ମୃତ୍ୟୁ ହାର ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ଏହା ମାତ୍ର ୨.୨୫ ପ୍ରତିଶତରେ ପହଞ୍ଚିଛି । ବିଶ୍ୱରେ କୋଭିଡ ଜନିତ ସର୍ବନିମ୍ନ ମୃତ୍ୟୁ ହାର ଥିବା ଦେଶ ଭାବରେ ଭାରତର ଯାତ୍ରା ଅବ୍ୟାହତ ରହିଛି । ଘରକୁ ଘର ସର୍ବେକ୍ଷଣ, ତତ୍ପରତା ସହିତ ପରୀକ୍ଷଣ ଏବଂ ମାନକ ଚିକିତ୍ସା ପରିଚାଳନା ନିୟମାବଳୀ ସହିତ କଣ୍ଟେନମେଣ୍ଟକୁ କାର୍ଯ୍ୟକାରୀ କରିବା ଫଳରେ ଡାକ୍ତରଖାନା ଉପରେ ଚାପ ପଡ଼ିନାହିଁ। ଲକ୍ଷଣହୀନ ରୋଗୀଙ୍କୁ ଘରୋଇ ଏକାନ୍ତବାସ ରଖାଯାଇପାରିବା ଯୋଗୁ କୋଭିଡ ପରିଚାଳନାରେ ଏପରି ସଫଳତା ମିଳିପାରିଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶନରେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଗୁରୁତର ମାମଲାଗୁଡିକୁ ସଫଳ ପରିଚାଳନା କରିବାରେ ସଫଳ ହୋଇଛନ୍ତି। ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ବ୍ୟବହାର କରି ଅଧିକ ବିପଦ ଥିବା ଲୋକଙ୍କ ଯତ୍ନ ନେବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାଦ୍ୱାରା ମୃତ୍ୟୁହାର କମି ପାରୁଛି । ଜୁନ ମଧ୍ୟଭାଗରେ ମୃତ୍ୟୁହାର ପ୍ରାୟ ୩.୩୩% ଥିବା ବେଳେ ଆଜି ଏହା ୨.୨୫%କୁ ହ୍ରାସ ପାଇଛି । ତ୍ରିସ୍ତରୀୟ ହସ୍ପିଟାଲ ଭିତ୍ତିଭୂମି ସହିତ ତ୍ୱରିତ ଏବଂ ନିରବଚ୍ଛିନ୍ନ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ଫଳରେ ସୁସ୍ଥତା ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇବାରେ ସାହାଯ୍ୟ କରିଛି । କ୍ରମାଗତ ପଞ୍ଚମ ଦିନ ପାଇଁ ଭାରତରେ ଦୈନିକ ୩୦,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ହୋଇଥିବା ଦେଖିବାକୁ ମିଳିଛି । ଶୀଘ୍ର ଚିହ୍ନଟ ଏବଂ ଏକାନ୍ତବାସ ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପ୍ରୟାସ, ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପ୍ରଭାବୀ ଚିକିତ୍ସା, କେନ୍ଦ୍ରୀୟ ଦଳର ପର୍ଯ୍ୟାୟକ୍ରମେ ପରିଦର୍ଶନ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଡାକ୍ତରଙ୍କ ସହିତ ନୂଆଦିଲ୍ଲୀ ଏମ୍ସ ବିଶେଷଜ୍ଞମାନଙ୍କ ପରାମର୍ଶ ଫଳରେ ଆରୋଗ୍ୟ ହାରରେ କ୍ରମାଗତ ଭାବରେ ଉନ୍ନତି ହେଉଛି । ଜୁନ ମଧ୍ୟଭାଗରେ ଆରୋଗ୍ୟ ହାର ପ୍ରାୟ 53% ଥିବାବେଳେ ଆଜି ଏହି ହାର ୬୪%ରୁ ଅଧିକକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୬ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୯,୫୨,୭୪୩ ରେ ପହଞ୍ଚିଛି । ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ସହିତ ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ବର୍ତ୍ତମାନ, ଏହି ସଂଖ୍ୟା ୪,୫୫,୭୫୫ ରହିଛି । ବର୍ତ୍ତମାନ ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟା ୪,୯୬,୯୮୮ରହିଛି ଏବଂ ସମସ୍ତେ ଡାକ୍ତରୀ ତତ୍ତ୍ଵାବଧାନରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ