ରାଇକିଆ ବିନ୍‌ସ ଓ ଫୁଲକୋବି ଚାହିଦା ଅଛି, ବାହାରକୁ ପଠାଇବାର ସୁବିଧା ନାହିଁ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳରେ ବାଇଗଣ, ବିନ୍‌ସ, ଭେଣ୍ଡି ଓ ଜହ୍ନି ଭଲ ଉତ୍ପାଦିତ ହୋଇଥାଏ। ଏହି ସମୟରେ ବିନ୍‌ସ୍ ଓ ଫୁଲକୋବି ବେଶି ଉତ୍ପାଦିତ ହୋଇଥାଏ। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିନସ ଓ ଫୁଲକୋବିର ଚାହିଦା ବେଶି। ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ବିନସ ଉତ୍ପାଦନ ଏକ ଲକ୍ଷ ୧୧ ହଜାର କ୍ବିଣ୍ଟାଲ ଥିବା ବେଳେ ଫୁଲ‌କୋବିର ଉତ୍ପାଦନ ୨୫ ହଜାର କ୍ବିଣ୍ଟାଲ ରହୁଛି। ଜୁନ ମାସରେ ବିନ୍‌ସ୍ ଓ ଫୁଲ‌କୋବି ବେଶି ଉତ୍ପାଦିତ ହୁଏ। ବିନ୍‌ସ୍ ବାହାରିବା ପରେ ପ୍ରଥମେ ପ୍ରଥମେ କିଲୋ ପିଛା ୧୦୦ରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇଥାଏ। ଏହାପରେ ଜୁଲାଇରେ ବିନ୍‌ସ୍ ଦର କମି ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଥାଏ। ସେହିଭଳି ଫୁଲକୋବି କିଲୋ ୧୦୦ ଟଙ୍କା ଉପରେ ରହିଥାଏ। ପରେ ୫୦-୬୦ ଟଙ୍କାକୁ ଖସି ଆ‌ସେ‌। ଜୁନ୍‌ ଠାରୁ ଅଗଷ୍ଟ ଏହି ୩ ମାସରେ ବିନ୍‌ସ୍ ଓ ଫୁଲକୋବି ଚାଷରୁ କନ୍ଧମାଳର ପରିବା ଚାଷୀ ବେଶି ଲାଭବାନ ହୋଇଥାନ୍ତି।ଯଦିଓ କିଛି ବେପାରୀ ଘରକୁ ଯାଇ ପରିବା କିଣୁଛନ୍ତି , ତାହା ପୁଣି ବିନ୍‌ସ କିଲୋ ପିଛା ୨୦ରୁ ୨୫ ଓ ଫୁଲକୋବି କିଲୋ ମାତ୍ର ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ବିଶେଷ କରି ରାଇକିଆ ଅଞ୍ଚଳରେ ଅଧିକ ମାତ୍ରାରେ ବିନ୍‌ସ ଉତ୍ପାଦିତ ହୋଇଥାଏ। ଅନ୍ୟପଟେ ପରିବା ସଂରକ୍ଷଣ ପାଇଁ କନ୍ଧମାଳରେ ଶୀତଳଭଣ୍ଡାର ବି ନାହିଁ। ଚାହିଦା ସତ୍ତ୍ବେ ବାହାରକୁ ପଠାଇବାର ସୁବିଧା ବି ନାହିଁ। ଜମିରେ ବିନସ୍ ବୁଢ଼ା ହେଉଛି। ଫୁଲକୋବି ନଷ୍ଟ ହେଉଛି। ଫଳରେ ଜମି ପାଖକୁ କିଣିବାକୁ ଆସୁଥିବା ବ୍ୟକ୍ତିଙ୍କୁ ବହୁ ଶସ୍ତାରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି ରାଇକିଆ ଅଞ୍ଚଳର ଚାଷୀ ଗୋଲକ କହଁର ଓ ମହିଳା ଚାଷୀ ଦୌପଦୀ ମଲିକ କୁହନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ