କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ଆଜି ୮ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୪୪୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୩୬୨ଜଣ ସୁସ୍ଥ ହୋଇଥିବା ବେଳେ ୮୪ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୪୭ହଜାର ୪୪୧ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୧୫୫ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୭ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୬, ମହାକାଳପଡା ବ୍ଲକର ୯, କେନ୍ଦ୍ରାପଡା ପୈାରାଚଂଳ ୩, ମାର୍ଶାଘାଇ ବ୍ଲକର ୬, ରାଜନଗର ବ୍ଲକର ୪୮, ରାଜକନିକା ବ୍ଲକର ୫୨, ଆଳି ବ୍ଲକର ୪, ଡେରାବିଶି ବ୍ଲକର ୧୦ ଓ ଗରଦପୁର ବ୍ଲକର ୧୦ ଜଣ ଅଛନ୍ତି । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ