ସହିଦ ସପ୍ତାହ ଆରମ୍ଭ କଲେ ମାଓବାଦୀ, କନ୍ଧମାଳରେ କଡା ଯାଞ୍ଚ ଓ ପ୍ରବେଶ ପଥ ସିଲ୍

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସିପିଆଇ ମାଓ ସଂଗଠନ ପକ୍ଷରୁ ବୁଧବାର ୨୯ତାରିଖ ଠାରୁ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ପୁଲିସର ଦମନଲୀଳା,ସରକାରୀ କାର୍ଯ୍ୟରେ ଦୁର୍ନୀତି,ନିରୀହ ଗରୀବ ଓ ଆଦିବାସୀଙ୍କ ଜୀବନ ଜୀବିକା ଦୁର୍ବିସହ ଆଦିକୁ ନେଇ ମାଓବାଦୀଙ୍କ ସହିଦ ସପ୍ତାହ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଗାଡିମଟର ଯାଞ୍ଚ ସହ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ସବୁ ଥାନାକୁ ନିଜ ନିଜ ଅଞ୍ଚଳରେ ସଜାଗ ରହିବା ସହ ଗାଡି ଯାଞ କଡାକଡି କରିବାକୁ କୁହାଯାଇଛି।ଅଜଣା ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି ବୋଲି ଏସପି ବିନୀତ ଅଗ୍ରୱାଲ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ଜିଲ୍ଲାର ମାଓ ଉପଦ୍ରବ ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଛାପଡା,.କୋଟଗଡ,ବାଲିଗୁଡା ଏବଂ କେ.ନୂଆଗାଁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଆସିବାକୁ ସେ ଆହ୍ବାନ ଦେଇଥିବା ବେଳେ ହିଂସା ଘଟାଇବାକୁ ଉଦ୍ୟମ କଲେ ପୁଲିସ କଡା ଜବାବ ଦେବାକୁ ପ୍ରସ୍ଚୁତ ବୋଲି ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି । ଚଳିତ ମାସରେ ପୁଲିସ ଏନକାଉଣ୍ଟରରେ ୭ କ୍ୟାଡର ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଦୃଷ୍ଟିରୁ ବୁଧବାର ଠାରୁ ସହିଦ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଡାକରା କନ୍ଧମାଳ ପୁଲିସ ପାଇଁ ବିଗତବର୍ଷଗୁଡିକଠାରୁ ଚ୍ୟାଲେଞ୍ଜ ସହ ଅଧିକ ସତର୍କତା ରହିବା ଜରୁରୀ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ