୫ ଜେଲ ଅନ୍ତେବାସୀଙ୍କ ସମେତ ୧୧ କରୋନା ପଜିଟିଭ୍‍ ଜିଲାର ଦ୍ୱିତୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ବୁଧବାର ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଘୋଷଣା କରାଯାଇଛିା ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ଓ ୬ ଜଣ ପୁରୁଷ ରହିଛନ୍ତି ଏବଂ ସେମାନଙ୍କ ବୟସ ୭ ବର୍ଷରୁ ୬୦ ବର୍ଷ। ଏମାନଙ୍କ ମଧ୍ୟରେ ଜି.ଉଦୟଗିରି ଜେଲର ୫ ଜଣ ଅନ୍ତେବାସୀ ବନ୍ଦି ଅଛନ୍ତି। ସେହିପରି ପୂର୍ବରୁ ପଜିଟିଭ୍‍ ଚିହ୍ନଟ ହୋଇଥିବା ଜେଲ କର୍ମଚାରୀଙ୍କର ଦୁଇ ଜଣ ସମ୍ପର୍କୀୟ ମଧ୍ୟ ଅଛନ୍ତି। ଅନ୍ୟ ୪ ଜଣ ଚିହ୍ନଟ ବ୍ୟକ୍ତି ଫୁଲବାଣୀ କବରଖାନା ସାହିର। ସେମାନେ ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।ସମସ୍ତଙ୍କୁ କୋଭିଡ୍‍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥି ସହ ଜଣେ ବ୍ୟକ୍ତିଙ୍କର ମଧ୍ୟ କରୋନାରେ ମୃୁତ୍ୟ ହୋଇ ଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ମୃତ୍ୟୁ ହୋଇଥିବା ସଂକ୍ରମିତ ଜଣକ ହେଉଛନ୍ତି ପିଅନପଡା କବରଖାନା ସାହି ଅଂଚଳର ବୋଲି ଜଣାଯାଇଛି। ତାଙ୍କ ବୟସ ପ୍ରାୟ ୫୦ ବର୍ଷ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇଥିଲା ଓ ତାହା ପଜିଟିଭ୍‍ ଆସିଥିଲା। ୨୫ ତାରିଖରେ ତାଙ୍କୁ ଫୁଲବାଣୀ କୋଭିଡ୍‍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ତାଙ୍କର ହାର୍ଟ ଓ ଲିଭର ସମସ୍ୟା ସହ ଡାଇବେଟିସ୍‍ ଥିବାରୁ ତାଙ୍କୁ ୨୬ ତାରିଖରେ ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ପୂର୍ବରୁ କନ୍ଧମାଳ ଜିଲାର ପ୍ରଥମ କରୋନା ମୃତ୍ୟୁଭାବେ ସାରଙ୍ଗଡ଼ ଅଞ୍ଚଳର ଜଣେ ବୟଷ୍କକୁ ଘୋଷଣା କରାଯାଇଥିଲା।ଅନ୍ୟପକ୍ଷରେ ବୁଧବାର ଠାରୁ ଆସନ୍ତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଲକ୍‍ଡ଼ାଉନ୍‍ ଘୋଷଣା କରାଯାଇଥିଲେ ମଧ୍ୟ ପୂର୍ବରୁ ଯେଉଁ ସବୁ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି ସେଗୁଡ଼ିକ କଣ୍ଟେନମେଣ୍ଟ ଭାବେ ରହିଛି। ଏଭଳି ସ୍ଥଳେ ଜିଲାର ଫୁଲବାଣୀ ପୌର ପରିଷଦର ୧୨ଟି ୱାର୍ଡ଼ , ବାଲିଗୁଡ଼ା ଏନ୍‍.ଏ.ସି ସମେତ ରାଇକିଆ , ଟିକାବାଲି ଓ ସାରଙ୍ଗଡ଼ ଆଦି ଅଞ୍ଚଳରେ ପୂର୍ବଭଳି ଦୋକାନ ବଜାର ଓ ଯାତାୟତ ସଂପୂର୍ଣ୍ଣଭାବେ ବନ୍ଦ ରହିଛି। ତେବେ ଫୁଲବାଣୀ ସହରରେ ଦିନକୁ ଦିନ ଲୋକାଲ୍‍ କେସ ବୃଦ୍ଦି ପାଉଥିବା ଯୋଗୁଁ ସମଗ୍ର ସହରରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହିତ ଫୁଲବାଣୀ ସହରକୁ ସମସ୍ତ ପ୍ରବେଶ ପଥରେ ମଧ୍ୟ ପୁଲିସ୍‍ ପକ୍ଷରୁ ଯାନ ବାହାନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅମାନିଆଙ୍କ ପ୍ରତି ମଧ୍ୟ ପ୍ରଶାସନ କୋଠର ହୋଇଛି। ଫୁଲବାଣୀ ସହରର ସମସ୍ତ ସାହି ଓ ଗଳି କନ୍ଦିରେ ବାଡ଼ ପକାଇ ଯାଇ ସମଗ୍ର ସହରକୁ ପୌର ପରିଷଦ ପକ୍ଷରୁ ସିଲ୍‍ କରିଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ