କଳମ୍ବରେ ଆରମ୍ଭ ହେଲା ସ୍ୱାବ ସଂଗ୍ରହ କେନ୍ଦ୍ର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ କଳମ୍ବ ପାଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବୁଗୁଡା ବ୍ଲକର ଦ୍ଵିତୀୟ ସ୍ୱାବ ସଂଗ୍ରହ କେନ୍ଦ୍ର ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି। ବାଲିପଦର ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ଅଧିକ ଥିବା ଏବଂ ଚାରି ଜଣ ମୃତ୍ୟୁବରଣ କରିଥିବା ଯୋଗୁଁ କୋଭିଡ ସେସ୍ପାଲ ଏଡିଏମ ବିଶାଳ ସିଂ ଙ୍କ ପରାମର୍ଶ କ୍ରମେ ବୁଗୁଡା କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କଳମ୍ବ ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବୁଧବାର ଦିନ ସ୍ୱାବ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୨୯ ଜଣ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ବୁଗୁଡା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ପ୍ରକାରେ ଟେକିନିସିଆନ ଦିବ୍ୟ ରଞ୍ଜନ ପାଣିଗ୍ରାହୀ ପିପିଇ କିଟ ପରିଧାନ କରି ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ଜେନା, ଜିଆରଏସ ସୁକାନ୍ତ ପାଣିଗ୍ରାହୀ, ବିଜୁ ଯୁବ ବାହିନୀ ର ସୁକାନ୍ତ ପାତ୍ର ଓ ସ୍ବେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ