‘ନ୍ୟାସନାଲ୍ ସିକ୍ୟୁରିଟି ଆଣ୍ଡ ଇଟ୍ସ ଚ୍ୟାଲେସେ’ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ): : ଫୋରମ ଫର୍ ଆୱାରନେସ୍ ଅଫ୍ ନ୍ୟାସନାଲ ସିକ୍ୟୁରିଟି (ଫାନ୍ସ୍), ଓଡିଶା ଶାଖା ତରଫରୁ ସ୍ଥାନୀୟ ରୋଟାରୀ ଭବନଠାରେ ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସ ଅବସରରେ ନ୍ୟାସନାଲ ସିକ୍ୟୁରଟିି ଆଣ୍ଡ ଇଟ୍ସ ଚ୍ୟାଲେସେ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଡ. ବସନ୍ତ କୁମାର ପତି କହିଲେ ଯେ ଏକବିଂଶ ଶତାବ୍ଦୀରେ ଆତଙ୍କବାଦ ଓ ଆତ୍ମଘାତୀ ଆକ୍ରମଣ ଯେତେବେଳେ ମାନବ ସମାଜ ପାଇଁ ଏକ ବଡ ବିପଦ ଭାବେ ଛିଡା ହୋଇଛି, ସେ ସମୟରେ ଦେଶର ତଥା ଜାତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷାବଳର ଏକ ନିଷ୍ଠାପର ସୈନିକ ଭଳି ପ୍ରସ୍ତୁତ କରିବା ଆବଶ୍ୟକ, ଏବଂ ଦରକାର ପଡିଲେ ସର୍ବୋଚ୍ଚ ବଳିଦାନ ଦେବା ପାଇଁ ବାଲ୍ୟ କାଳରୁ ମାନସିକ ପ୍ରସ୍ତୁତ ହେବା ଜରୁରୀ । ଉକ୍ତ ସଭାରେ ଫାନ୍ସର ସଭାପତି ଲେଫ୍ଟନାଂଟ୍ ଜେନେରାଲ୍ ନାରାୟଣ ମହାନ୍ତି ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଧର୍ମ ଭିତିିରେ ଦେଶ ଦୁଇ ଭାଗ ହେବାଦିନଠୁ ଭାରତର ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ଏକ ପ୍ରସଙ୍ଗ ହୋଇଆସିଛି । ଆତଙ୍କବାଦୀ କାର୍ଯ୍ୟକଳାପ ଜରିଆରେ ଜାମ୍ମୁକାଶ୍ମୀରକୁ ଆଡ୍ଡାସ୍ଥଳୀ ବନାଇ ଭାରତକୁ ଏକ ମୁସଲିମ ରାଷ୍ଟ୍ରରେ ପରିଣତ କରିବାକୁ ପାକିସ୍ତାନର ଷଡଯନ୍ତ୍ର ଏବେ ପଣ୍ଡ ହୋଇଯାଇଛି ।
ଅନ୍ୟତମ ବକ୍ତା ଭାବେ ଜାମ୍ମୁ କାଶ୍ମୀରର ପୂର୍ବତନ ଡିଜି ଶ୍ରୀ ଶିଶିର କୁମାର ମିଶ୍ର ଶିକ୍ଷା, ସଂସ୍କୃତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତିର ଶୀର୍ଷରେ ପହଁଚିଥିଲେ ମଧ୍ୟ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଯଦି ଦୁର୍ବଳ ଥାଏ, ତେବେ ଦେଶର ସୁରକ୍ଷା ଓ ଅଭିବୃଦ୍ଧି ବିପନ୍ନ ହୁଏ ବୋଲି ଭାରତ ଇତିହାସର ଉଦାହରଣ ଦେଇ ଚେତାଇ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ କର୍ଣ୍ଣେଲ ଶରତ ମହାପାତ୍ର ନିଜ ବକ୍ତବ୍ୟରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଓଡିଶାରେ ଗଢିଉଠିଥିବା ବସ୍ତିଗୁଡିକରେ ଭାରତର ସ୍ୱାଧିନତା ଦିବସରେ ବାଂଲାଦେଶୀ ପତାକା ଉଡିବା ଓ ସେମାନେ ଅପରାଧ ଓ ଉଗ୍ରବାଦୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ହେବା ଉପଲବ୍ଧି ହେଉଛି ବୋଲି ପ୍ରକାଶ କରିଥିଲେ ।
ଗବେଷକ ଅନିଲ ଧୀର୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗତ ୧୦ ବର୍ଷ ଭିତରେ ସମୁଦ୍ରତଟ ଥାନାରେ ଗୋଟିଏ ମଧ୍ୟ ଅନୁପ୍ରବେଶ ମାମଲା ରୁଜୁ ହୋଇନାହିଁ , ଅନୁପ୍ରବେଶକାରୀଙ୍କ ସଂଖ୍ୟାବୃଦ୍ଧି ଯୋଗୁଁ ଦେଶରେ ଅପରାଧ ହାର ବୃଦ୍ଧି ପାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ ।
ଫାନ୍ସର ରାଷ୍ଟ୍ରୀୟ ସଂପାଦିକା ଶ୍ରୀମତୀ ସଙ୍ଘମିତ୍ରା ରାଜଗୁରୁ ଧାରା ୩୭୦ ଓ ୩୫ ( କ)ର ଉଚ୍ଛେଦ ଭାରତର ସ୍ୱାଧୀନତା ଦିବସରେ କିଛି ସ୍ୱତନ୍ତ୍ର ଅନୁଭବ ଆଣିଦେଇଛି, ବିଗତ ଦିନରେ ଆମେ ଜାମ୍ମୁ କାଶ୍ମୀରକୁ ଅବିଚ୍ଛେଦ୍ୟ ଅଙ୍ଗ କହୁଥିଲେ ମଧ୍ୟ ସେଠାରେ ସ୍ୱାଧୀନତା ଦିବସରେ ଭାରତର ଜାତୀୟ ପତାକା ଉତୋଳନ ହୋଇପାରୁନଥିଲା ବୋଲି କହିଥିଲେ । ଟ୍ରିପଲ୍ ତଲାକ୍ ବ୍ୟାନ୍ ହେବା ପରେ ମୁସଲମାନ ମହିଳାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ମିଳିଛି, ଯାହା ସାମାଜିକ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ ।ଏହି ସଭାରେ ଓଡିଶା ପୋଲିସର ପୂର୍ବତନ ଏଡିଜି ଶ୍ରୀ ଅରୁଣ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫାନ୍ସର ସଦସ୍ୟ ପ୍ରଫେସର ଡ. ଅଜୟ ଜେନା, ଡ. ମାନଭଂଜନ କହଁର, ବ୍ରିଗେଡିୟର ଅଭିମନ୍ୟୁ ରାଉତଙ୍କ ସହ ସଜ୍ଜନ ଶର୍ମା, ମହେଶ ରାଜୁ, ଅଶୋକ ମିଶ୍ର, ବିଶ୍ୱବିଜୟୀ ବକ୍ସି ଆଚାର୍ଯ୍ୟ, ସରୋଜ ଜେନା, ସୌଭାଗ୍ୟ ପାଣିଗ୍ରାହୀ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ