Remove term: ଶ୍ରମିକଙ୍କୁ ଦକ୍ଷତା ତାଲିମ ଦେବା ଲାଗି ବୟନ ଶିଳ୍ପ ମନ୍ତ୍ରଣାଳୟ ସହ ୧୬ ରାଜ୍ୟ ସରକାରଙ୍କ ବୁଝାମଣା ଶ୍ରମିକଙ୍କୁ ଦକ୍ଷତା ତାଲିମ ଦେବା ଲାଗି ବୟନ ଶିଳ୍ପ ମନ୍ତ୍ରଣାଳୟ ସହ ୧୬ ରାଜ୍ୟ ସରକାରଙ୍କ ବୁଝାମଣା

୧୬ଟି ରାଜ୍ୟର ସରକାର ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଉଦ୍ଦିଷ୍ଟ ଯୋଜନା-ସମର୍ଥ (ଏସସିବିଟିଏସ)କୁ ଆଗେଇ ନେବା ଲାଗି ନୂଆଦିଲ୍ଲୀରେ ଅନୁଷ୍ଠିତ ସମାରୋହରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଯୋଜନା ଅନ୍ତର୍ଗତ ମନ୍ତ୍ରଣାଳୟ ସହ ଭାଗୀଦାରୀ ନିମନ୍ତେ ପୂର୍ବରୁ୧୮ଟି ରାଜ୍ୟ ସହମତି ବ୍ୟକ୍ତ କରିଥିଲେ । ତେବେ ଏଥିମଧ୍ୟରୁ ଜମ୍ମୁ-କଶ୍ମୀର ଏବଂ ଓଡ଼ିଶା ଏହି ସମାରୋହରେ ଉପସ୍ଥିତ ହୋଇନଥିଲେ । ଓଡ଼ିଶାରେ ଆପାରେଲ ଓ ଗାର୍ମେଟିଂ, ବୟନ ଓ ହସ୍ତତନ୍ତ, ହସ୍ତଶିଳ୍ପ ଓ ଗାଲିଚା, ଧାତବ ହସ୍ତଶିଳ୍ପ ଆଦି କ୍ଷେତ୍ରରେ ୩୧୫୦ ଜଣ ଶ୍ରମିକଙ୍କୁ ଦକ୍ଷତା ତାଲିମ ଦିଆଯାଇଥାନ୍ତା । ପ୍ରାରମ୍ଭରେ ମନ୍ତ୍ରଣାଳୟ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଏଜେନ୍ସିଗୁଡ଼ିକୁ ୩.୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ତାଲିମ ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତାଲିମ ପରେ ହିତାଧିକାରୀମାନଙ୍କୁ ବୟନ ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ଗତିବିଧିରେ ରୋଜଗାର ଉପଲବ୍ଧ କରାଯିବ । କାର୍ଯ୍ୟକ୍ରମରେ ସୂତା କାଟିବା ଏବଂ ବୁଣିବା ବ୍ୟତୀତ ବୟନ କ୍ଷେତ୍ରର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ କଭର କରାଯିବ ।  ତାଲିମ କାର୍ଯ୍ୟକ୍ରମ ଅନ୍ତର୍ଗତ ଉନ୍ନତ ପ୍ରଯୁକ୍ତି ଆଧାରରେ ବାୟୋମେଟ୍ରିକ ଉପସ୍ଥିତି ପ୍ରଣାଳୀ, ସିସିଟିଭି ରେକର୍ଡିଂ, ସମର୍ପିତ କଲ ସେଂଟର, ମୋବାଇଲ ଆପ ଆଧାରିତ ସୂଚନା ପ୍ରଣାଳୀ ଏବଂ ଅନଲାଇନ ଅନୁଧ୍ୟାନ ଭଳି ବିଶେଷତ୍ୱ ସାମିଲ ରହିଛି । ଏହି ଅବସରରେ କେନ୍ଦ୍ର ବୟନ ଶିଳ୍ପ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ଏମଓୟୁ ସ୍ୱାକ୍ଷର କରାଯିବା ଦ୍ୱାରା ରାଜ୍ୟ ଏଜେନ୍ସିଗୁଡ଼ିକର ସହାୟତା କରିବା ତଥା ବୟନ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଜାତୀୟ ବିକାଶ ଭାବନା ନିର୍ମାଣ କରିବା ନିମନ୍ତେ ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ପ୍ରତିବଦ୍ଧତାକୁ ଦର୍ଶାଉଛି । ତାଲିମ ପରେ ଯେଉଁ ଶ୍ରମିକମାନଙ୍କୁ ନିଯୁକ୍ତି ମିଳିବ ନାହିଁ ସେମାନଙ୍କୁ ମୁଦ୍ରା ଯୋଜନା ଅଧୀନରେ ଅତିରିକ୍ତ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପ୍ରତି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିବ । ୪ ଲକ୍ଷରୁ ଅଧିକ ଲୋକଙ୍କୁ ତାଲିମ ଦେବାର ସଂକଳ୍ପ ଏକ ବଡ଼ ପଦକ୍ଷେପ । ଏହାକୁ ହାସଲ କରିବା ଲାଗି ମନ୍ତ୍ରଣାଳୟ ଯଥା ସମ୍ଭବ ପ୍ରୟାସ କରିବ ।
ବୟନ ଶିଳ୍ପ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ମଧ୍ୟରୁ ୭୫% ଏବଂ ମୁଦ୍ରା ଋଣ ହିତାଧିକାରୀମାନଙ୍କ ମଧ୍ୟରେ ୭୦% ମହିଳା ଅଟନ୍ତି । ବୟନ ଶିଳ୍ପ ମନ୍ତ୍ରଣାଳୟର ସଚିବ ରବି କପୁର କହିଥିଲେ ଯେ ଭାରତରେ ବୟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି । ବୟନ ଶିଳ୍ପ ଉଦ୍ୟୋଗରେ ୧୬ ଲକ୍ଷ ତାଲିମପ୍ରାପ୍ତ ଶ୍ରମିକଙ୍କ ଅଭାବ ରହିଥିବା ସେ କହିଥିଲେ । ସମର୍ଥ ଯୋଜନାରେ ଶ୍ରମିକମାନଙ୍କୁ ତାଲିମର ଉଚ୍ଚ ମାନକ ପ୍ରତିଷ୍ଠା କରାଯାଇ ଉଦ୍ୟୋଗ ଜରିଆରେ ସେମାନଙ୍କୁ ସହଜ ରୋଜଗାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ ।
ମାର୍ଚ୍ଚ ୨୦୧୮ ସୁଦ୍ଧା ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୧୧.୧୪ ଲକ୍ଷ ଲୋକଙ୍କୁ ତାଲିମ ଦିଆଯାଇଥିବା ବେଳେ ୮.୪୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ