ସମଗ୍ର କନ୍ଧମାଳ ଜିଲାରେ ଜ୍ଜର, ଥଣ୍ଡା,କାସକୁ ନେଇ ଅଧିକ ମାନସିକ ଚାପଗ୍ରସ୍ତ ହେଲେଣି ଅଞ୍ଚଳବାସୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ, ଏଥିରୁ ବାଦ ପଡିନାହିଁ ଜିଲ୍ଲାର ସମସ୍ତ ବ୍ଲକ । ବର୍ତମାନ ବାଲିଗୁଡା ସହର ସମେତ ସମଗ୍ର ଅଞ୍ଚଳରେ ଥଣ୍ଡା, କାସ, ଜ୍ଜରକୁ ନେଇ ଅଞ୍ଚଳବାସୀ ଅଧିକ ମାନସିକ ଚାପରେ ରହୁଛନ୍ତି । କେମତି ସାଧାରଣ ଚିକିତ୍ସା ମିଳିବ ଏନେଇ ଚିନ୍ତାରେ ସମସ୍ତେ ରହିଛନ୍ତି l ଏ ପଟେ ସରକାର ଏବେ କହୁଛନ୍ତି, ଯେ, ଏହି ପରି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ଜ୍ଜର ଆସିଲେ ପାରାସିଟମୋଲ ଖାଇ ଲୁଚାନ୍ତୁ ନାହିଁ ଏହା ପରବର୍ତୀ ସମୟରେ ଆହୁରି ଭୟଙ୍କର ହେଇପାରେ । ଏପରି ସ୍ଥିତିରେ ସମସ୍ତେ ଚିନ୍ତାରେ ରହୁଛନ୍ତି l ଜିଲ୍ଲା ତଥା ବ୍ଲକ ସଦର ମହକୁମାର କେତେକ ଅଞ୍ଚଳରେ ପାଥୋଲୋଜି ଗୁଡିକ ନାହିଁ ।ଯାହା ଫଳରେ ରକ୍ତ ପରୀକ୍ଷା ହୋଇପାରୁନି । ବର୍ତମାନ ଜ୍ଜର, ଥଣ୍ଡା ଓ ଖାସ ହେବା ସ୍ବଭାବିକ । ମୌସୁମୀ ସମୟରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଇଥାଏ । ଏପରି ସ୍ଥତିରେ ଏହି ସବୁ ଲକ୍ଷଣକୁ ନେଇ ସମସ୍ତକୁ କରୋନା ଭୟ । କିଛି ଶିକ୍ଷିତ ସାଧାରଣବର୍ଗ ଗୋଷ୍ଠୀ ଏହାକୁ ନେଇ ବେସ ସଚେତନ ଅଛନ୍ତି ଏବଂ ଘରେ ରହି ନିଜର ଇମୁନିଟି ବଢେଇବା ପାଇଁ ଚେଷ୍ଟା ବି କରୁଛନ୍ତି । ଅନେକ ଜ୍ଜର ନ ହେବା ପାଇଁ ଆୟୁର୍ବେଦ ମଧ୍ୟ ବ୍ୟବହାର କରୁଛନ୍ତି । ସବୁଠାରୁ ଅଧିକଚିନ୍ତା ସୃଷ୍ଟି କରିଛନ୍ତି। ଗ୍ରାମାଞ୍ଚଳ ସମେତ କିଛି ଅଳପ ପାଠୁଆ ଓ ଅନଗ୍ରସର ଶ୍ରେଣୀ । ରୋଗକୁ ନେଇ ଏମାନେ ବେସ ଚାପଗ୍ରସ୍ତ । କୌଣସି ଜାଗାରେ ଚିକିତ୍ସା ସୁବିଧା ନପାଇ ଏମାନେ ଔଷଧ ଦୋକାନ ଉପରେ ନିର୍ଭରଶିଳ । ବାବୁ ଏୟାହଉଛି ସେୟା ହଉଛି ବୋଲି କହି ଔଷଧ ମାଗୁଛନ୍ତି । କିଛି ଦୋକାନୀ ମାନେ ମଧ୍ୟ ଖାଲି କଣ ହଉଛି ପଚାରୀ ଔଷଧ ଦେଇଦଉଛନ୍ତି । ଜିଲ୍ଲାର କେତେକ ଅଞ୍ଚଳରେ ପାଥୋଲୋଜୀର ସୁବିଧା ନଥିବାରୁ ଦେହ ଭିତରେ ମେଲେରିଆ, ଟାଇଫଡ଼ ଓ ଏସନଫୁଲିଆ ଆଦି ଟେଷ୍ଟିଙ୍ଗ ହୋଇପାରୁନି । ତେଣୁ ଅଞ୍ଚଳବାସୀଙ୍କ ସମସ୍ୟାକୁ ଓ ଲୋକଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ଡିଏମ୍ଓ-କନ୍ଧମାଳ , ସିଏମଓ ଓଡିଶା, ଏବଂ ସ୍ବାସ୍ଥ୍ୟ ବିଭାଗ ଧ୍ୟାନଦେଇ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଘରେ ଘରେ ଜ୍ଜର, ଥଣ୍ଡା , କାଶ, ତଣ୍ଟି ବ୍ୟଥା ଆଦି ଦେଖା ଦେଉଛି ତେଣୁ ସେ ପ୍ରଶାସନକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଘରକୁ ଘର ଯାଇ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଦାବି ହେଉଛି । ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଚିକିତ୍ସା ପାଇଁ ଗଲେ ଡାକ୍ତର ଚିକିତ୍ସା କରିବା ବଦଳରେ ରୋଗୀଙ୍କୁ ଫେରାଇ ଦିଅନ୍ତି ବୋଲି ଅଭିଯୋଗ ହେଉଛି । ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ