କନ୍ଧମାଳ ସାଂସଦଙ୍କ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଳା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ଲାଇନପଡ଼ା ଅଂଚଳର ବ୍ରାହ୍ମଣପଦର ଗ୍ରାମର ମୁକେଶ ମୁଖି ଗତ ୨୨ତାରିଖରେ ଫୁଲବାଣୀ ସଦର ମହକୁମା ଅମଲାପଡ଼ା ଠାରେ ଦୁଇମହଲା କୋଠାରେ ରଙ୍ଗ ଦେଉଥିବା ବେଳେ୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ମୁକେଶ ବାପା ମାଆଙ୍କର ଏକ ମାତ୍ର ରୋଜଗାରିଆ ପୁଅ ଥିଲା ।ଏହି ଦୁଃଖଦ ଖବର ଜାଣିବା ପରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ମୃତକଙ୍କ ପରିବାରକୁ ଆନ୍ତରିକ ସମବେଦନା ଜଣାଇବା ସହ ସାଂସଦଙ୍କ ଚକାପାଦ ପ୍ରତିନିଧି ଉମା ଚରଣ ମଲ୍ଲିକ ଓ ଫୁଲବାଣୀ କିସ ସଂଯୋଜକଙ୍କ ଜରିଆରେ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ସହାୟତା ରାଶି ପାଇବା ପରେ ପରିବାର ବର୍ଗ ଓ ଗ୍ରାମବାସୀ ଏହିପରି ଦୁଃଖଦ ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଥିବାରୁ କନ୍ଧମାଳ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ