ରାଜ୍ୟର ୪୦ ରିଟେଲ୍ ଷ୍ଟୋର୍ରେ ରିୟଲ୍ମି ସ୍ମାଟ୍ଫୋନ୍ ଉପଲବ୍ଧ

ଭୁବନେଶ୍ୱର, (ବ୍ୟୁରୋ): ଭାରତର ଏକ ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିୟଲ୍ମି ୨୦୧୯ରେ ନିଜର ଅଫ୍ଲାଇନ୍ ବିକ୍ରିକୁ ୧୫୦ଟି ସହରକୁ ବୃଦ୍ଧି କରିଛି । ପ୍ରମୁଖ ସହରମାନଙ୍କରୁ ନିଜ ବିକ୍ରି ପ୍ରାରମ୍ଭ କରି ବର୍ତ୍ତମାନ କମ୍ପାନୀ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଦିଗରେ ଆଗେଇଛି । ଏହି ନୂଆ ବ୍ରାଣ୍ଡ ବହୁ ଅଫ୍ଲାଇନ୍ ରିଟେଲ୍ରଙ୍କ ସହ ସହଭାଗୀତା ଆରମ୍ଭ କରି ଗ୍ରାହକଙ୍କୁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିଛି । ରିୟଲ୍ମି ଜାନୁୟାରୀ ୨୦୧୯ରେ ସମ୍ପୂର୍ଣ୍ଣ ଦେଶର ୧୦ଟି ସହରରୁ ଆରମ୍ଭ ହୋଇଥିବା ବେଳେ, ପ୍ରତ୍ୟେକ ତ୍ରୈମାସିକରେ ଏହା ୫୦ଟି ସହରକୁ ବୃଦ୍ଧି କରିବ । ସମ୍ପ୍ରସାରଣ ସହ କମ୍ପାନୀ ଏହାର ସମସ୍ତ ସ୍ମାର୍ଟଫୋନ୍ ମଡ଼େଲ୍କୁ ଦେଶର ମୋଟ ୨୦,୦୦୦ଟି ଆଉଟ୍ଲେଟ୍ରେ ଉପଲବ୍ଧ କରାଇବ । ବର୍ତ୍ତମାନ କମ୍ପାନୀ ୩୫ରୁ ଉର୍ଦ୍ଧ ସହରରେ ଉପସ୍ଥିତ ଥିବା ବେଳେ ମୁମ୍ବାଇ, ହାଇଦ୍ରାବାଦ୍, ସୁରଟ, ଲୁଧିଆନା ଏବଂ ଚଣ୍ଡିଗଡରେ ଏହାର ୩୦୦୦ରୁ ଅଧିକ ଷ୍ଟୋର୍ ରହିଛି । ଭୁବନେଶ୍ୱରରେ ୪୦ଟି ମୁଖ୍ୟ ରିୟଲ୍ ସହଭାଗୀ(ମଲ୍ଟି ବ୍ରାଣ୍ଡ ରିଟେଲ୍ ଆଉଟ୍ଲେଟ୍) ରହିଥିବାବେଳେ ସମ୍ପୂର୍ଣ୍ଣ ଓଡ଼ିଶାରେ ୧୮୦ଟି ସହଭାଗୀ ରହିଛନ୍ତି । ବର୍ଷ ଶେଷ ସୁଧା ରିୟଲ୍ମି ଓଡ଼ିଶାର ୨୫୦ ଓ ଭୁବନେଶ୍ୱରର ୫୫ଟି ରିଟେଲ୍ ଆଉଟ୍ଲେଟ୍ରେ ଉପଲବ୍ଧ କରିବାକୁ ବୋଲି ଲକ୍ଷ୍ୟ ରଖିଛି । ଓଡିଶାରେ ଏହାର ୬ଟି ସେବା କେନ୍ଦ୍ର ଥିବାବେଳେ ଆଗକୁ ଅନ୍ୟ ଜିଲ୍ଲାମାନଙ୍କରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ