ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସଭାପତି ରବି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ସୁବ୍ରତ ଲେଙ୍କା, ସୁଶିଲ ହୋତା, ନାରୀନେତ୍ରୀ ଭାରତୀ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇ ସ୍ୱାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ । ସଭାପତି ବେହେରା ଅଭିଭାଷଣରେ ଦେଶ ଆଜି ସମ୍ମୁଖୀନ ହେଉଥିବା ବେକାରୀ, ଅର୍ଥନୈତିକ ମାନ୍ଦାବସ୍ଥା, ଦାରିଦ୍ର‌୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସିବିଏସ୍ଇ କର୍ତ୍ତୃପକ୍ଷ ବୃଦ୍ଧି କରିଥିବା ପରୀକ୍ଷା ଫିସ୍କୁ ସମାଲୋଚନା କରିବା ସହିତ ଡଃ ରାମ ମନୋହର ଲୋହିଆଙ୍କ ପଂକ୍ତି-‘ରୋଟି କପଡ଼ା ଶସ୍ତି ହୋଗି, ପଢା ଦବା ମୁକ୍ତି ହୋଗି’ ସ୍ୱପ୍ନ ଆଜି ଦେଶର ୭୨ବର୍ଷ ସ୍ୱାଧୀନତା ପରେ ଅପୂରଣୀୟ ହୋଇ ରହିଯାଇଛି ବୋଲି ଆଲୋକପାତ କରିଥିଲେ । ଶେଷରେ ଦୀପଦାସ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ