ପାରାଦ୍ୱୀପ ଇଫକୋ ଠାରେ କୋଭିଡ୍ ପ୍ରଯତ୍ନ କେନ୍ଦ୍ର ଉଦ୍ଘାଟିତ
ପାରାଦ୍ୱୀପ, (ପୀତବାସ ପ୍ରଧାନ):ରାଜ୍ୟସରକାରଙ୍କ ନିର୍ଦ୍ଦେଶାନୁଯାୟୀ ପାରାଦ୍ୱୀପ ଇଫକୋ ପକ୍ଷରୁ୩୬ ସଜ୍ୟା ବିଶିଷ୍ଟ ଏକ କୋଭିଡ୍ ପ୍ରଯତ୍ନ କେନ୍ଦ୍ର୍ର (କୋଭିଡ୍ କେୟାର ସେଣ୍ଟ)ଇଫକୋ ପରିସରରେ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ପାରାଦ୍ୱୀପ ଅତିରକ୍ତ ଜିଲ୍ଲାପାଳ ଡା. କାହ୍ନୁଚରଣ ଧିର ଓ ଇଫକୋ କାର୍ଯ୍ୟକାରୀ ନିର୍ଦ୍ଦେଶକ କେ.ଜେ ପଟେଲ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ ମେଡିକାଲ କର୍ମଚାରୀ ଓ ଆଟେଣ୍ଡଡାଣ୍ଟ ରହିଛନ୍ତି ଏବଂ କୋଭିଡ୍ ନିୟମାନୁଯାୟୀ ସମସ୍ତ ରୋଗୀଙ୍କ ସେବା କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପଟେଲ ସୂଚନା ଦେଇଛନ୍ତି । ଏହି ଅବସରରେ ଇଫକୋ ସିନିୟର ଜିଏମ୍ (ଅର୍ଥ) ସୁରେଶ ଗୋୟଲ, ଜି.ଏମ୍ (ମେଣ୍ଟନାନ୍ସ) ଏସ୍.ଡି.ଶର୍ମା, ଜି.ଏମ୍(ପି.ଆଣ୍ଡଏ) ଏ.କେ.ମଲ୍ଲ, ମୁଖ୍ୟ ଚିକିତ୍ସାଅଧିକାରୀ ଡା. ପୁଷ୍ପା ମହାନ୍ତି, ଡିଜିଏମ୍ (ଏଚ୍ଆର) ଜି.ସି ଆଚାର୍ଯ୍ୟ, ଇଫକୋ ଅଫିସର୍ସ ସଂଘ ସଭାପତି ମଙ୍ଗଲ ମୂର୍ତ୍ତୀ, ସାଧାରଣ ସଂପାଦକ ସୁବାଶିଷ ମିଶ୍ର, ଇଫକୋ କର୍ମଚାରୀ ସଂଘ ସଭାପତି ସୁଭେନ୍ଦୁ ମାଝି, ସାଧାରଣ ସଂପାଦକ ଟି.ଆର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।