ପାରାଦୀପ ଟର୍ମିନାଲ ଛକରେ ସଡକ ଦୁର୍ଘଟଣା ଜଣେ ମୃତ
ପାରାଦୀପ, (ପିତବାସ ପ୍ରଧାନ):ପାରାଦୀପ ଅଠରବାଙ୍କୀ ଟର୍ମିନାଲ ଛକ ନିକଟରେ ବାଇକ କୁ ଧକ୍କା ଦେଲା ତେଲ ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ। ମୃତକ ଜଣକ ହେଲେ କୁଜଙ୍ଗ ବ୍ଲକ ଚଟୁଆ ପଞ୍ଚାୟତ ପୋଖରିଆପଡା ଗ୍ରାମର ବ୍ରହ୍ମାନନ୍ଦ ଦାସ ଙ୍କ ପୁଅ ଅଜୟ ଦାସ। ସେ ପାରାଦୀପରୁ ମାଛ ନେଇ କୁଜଙ୍ଗ ଅଞ୍ଚଳରେ ମାଛ ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିେଲେ। ଆଜି ସକାଳ ୯ଟା ସମୟରେ ପାରାଦିପରୁ ମଟର ସାଇକେଲରେ ମାଛ ନେଇ କୁଜଙ୍ଗ ଯାଉଥିବା ବେଳେ ଓ ଆର ୦୫ ଏ ଏଫ ୬୩୧୧ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା।ରାସ୍ତା ରେ ଥିବା ଖାଲ ଯୋଗୁଁ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ଅଜୟଙ୍କ ବାଇକ୍ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଜୟଙ୍କ ର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପାରାଦ୍ବୀପ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତେଲ ଟ୍ୟାଙ୍କର କୁ ଜବତ କରିଛି। ଗାଡିର ଡ୍ରାଇଭର ଫେରାର ଅଛି।ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ବେଳେ ରାସ୍ତା ମରାମତି ପାଇଁ ପ୍ରସାଶନ ଦୁଷ୍ଟି ଦେବାକୁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଉଛି।


