ଘର ପଛପଟୁ ମୃତଦେହ ଉଦ୍ଧାର ଘଟଣା, ଗିରଫ ସ୍ୱାମୀକୁ କୋର୍ଟ ଚାଲାଣ

ହାଟଡ଼ିହି (ସୌମ୍ୟରଞନ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟୁ ଗତ ୯ତାରିଖ ଦିନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗତ ତିନିଦିନ ତଳେ ନନ୍ଦିପଦା ପୁଲିସମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ପ୍ରଦୀପ ମଲ୍ଲିକକୁ ଗିରଫ କରିଥିବାବେଳେ ତାକୁ ପଚରାଉଚୁରା ପରେ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ପାରିବାରିକ କଳହରୁ ନିଜେ ନିଜ ପତ୍ନୀ ମଧୁସ୍ମିତାକୁ ବାଡିରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଥିବା ବିଶ୍ୱସ୍ଥ ସୁତ୍ରରୁ ଜଣାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଅଣା ଗ୍ରାମର ପ୍ରଦୀପ ମଲ୍ଲିକ ଏକ ଯାତ୍ରାପାର୍ଟିରେ କାମ କରୁଥିବାବେଳେ ସୋର ଥାନା ପାଟଣା କୁଆଁରା ଗ୍ରାମର ମଧୁସ୍ମିତା ନାୟକ ନାମକ ଜଣେ ଯାତ୍ରା କଳାକାରକୁ ଭଲପାଇ ବିବାହ କରିଥିଲେ । ତାଙ୍କର ଏକ ୬/୭ବର୍ଷର ଶିଶୁପୁତ୍ର ଅଛି । ଗତ କିଛିମାସ ହେଲା କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡାଝାଟି ଲାଗୁ ଥିବାବେଳେ ପ୍ରଦୀପ ମଧୁସ୍ମିତାକୁ ପିଟାମରା କରୁଥିଲା । ଗତ ରଜ ସମୟରୁ ମଧୁସ୍ମିତା ନିଖୋଜ ହୋଇଯିବା ଓ ଗତ କିଛିଦିନ ତଳେ ଘର ପଛପଟୁ ଦୁର୍ଗନ୍ଧ ବାହାରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେବାରୁ ପୁଲିସକୁ ସୁଚନା ଦେବାପରେ ପୁଲିସ ଗତ ୯ତାରିଖ ଦିନ ମାଜିଷ୍ଟେଟ ଓ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ସନ୍ଦେହ କରାଯଉଥିବା ସ୍ଥାନକୁ ଖୋଳିବାପରେ ମଧୁସ୍ମିତାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ । ନନ୍ଦିପଦା ପୁଲିସ ଗ୍ରାମରକ୍ଷୀ ଗୋøରାଙ୍ଗ ଯେନାଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଥାନା କେସନଂ୭୩/୨୦୧୯ ଦଫା ୩୦୨, ୨୦୧ରେ ମାମଲା ରୁଜୁକରି ବା ସହିତ ମୃତ ଦେହଟି ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତାର ବୋଲି ପରିବାର ଲୋକେ ଚିହ୍ନଟ କରିବାପରେ ଶବକୁ ପୋଷ୍ଟମଟମ ପାଇଁ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ