ଜମିଜମାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା

ବେଲଗୁଣ୍ଠI, (ସନ୍ତୋଷ କୁମାର ବିଷୋୟୀ):ଜମିଜମାକୁ କେନ୍ଦ୍ର କରି ୭୦ ବର୍ଷୀୟ ଜଣେ ବୃଦ୍ଧ ଚାଷୀଙ୍କୁ ଜମି ହିଡ଼ରେ ହତ୍ୟା କରିଥିବା ନେଇ ଗୋଟିଏ ପରିବାରର ୪ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣା ପଡିଛି I ଘଟଣା ସ୍ଥଳ ରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଆସ୍କା ପଠାଇଦେଇଛି I ଘଟଣାରୁ ଜଣା ପଡ଼ିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତର ମାଳତୀ ଗ୍ରାମର ଦୁର୍ଯ୍ୟୋଧନ ନାୟକ (୭୦) ଗତ୨ ବର୍ଷ ତଳେ ଜମିରେ ଚାଷ କରିବା ପାଇଁ ପାଖରେ ଟଙ୍କା ନଥିବାରୁ ନିକଟସ୍ଥ କେଶରାପଲ୍ଲୀ ଗ୍ରାମର ଶମ୍ଭୂ ବିଷୋୟୀଙ୍କୁ ଗୋଟିଏ ଜମି ବନ୍ଧକ ଭାବେ ଦେଇ ତାଙ୍କ ଠାରୁ ୪୦୦୦ ଟଙ୍କା କରଜ ଆଣିଥିଲେ I ଗତ କିଛିଦିନ ତଳେ ମୂଳ ଓ ସୁଧ ମିଶାଇ ୯୦୦୦ ଟଙ୍କା ଦୁର୍ଯ୍ୟୋଧନ ଶମ୍ଭୂକୁ ପୈଠ କରିଥିଲେ I କିନ୍ତୁ ଶମ୍ଭୂ ଦୁର୍ଯ୍ୟୋଧନ ଠାରୁ ଟଙ୍କା ପାଇବା ପରେ ମଧ୍ୟ ଦୁର୍ଯ୍ୟୋଧନର ଜମିକୁ ଛାଡି ନଥିଲା I ଶମ୍ଭୂ ସେହି ଜମିରେ ଟଙ୍କା ପାଇବା ପରେ ମଧ୍ଯ ହଳ କରିବାରୁ ଦୁର୍ଯ୍ୟୋଧନ ଏହାର ପ୍ରତିବାଦ କରିବା ସହ ଥାନାର ଦ୍ଵାରସ୍ଥ ହୋଇ ପୋଲିସ୍ ର ସହଯୋଗ ଲୋଡିଥିଲେ ମଧ୍ୟ କୌଣସି ସହାୟତା ପାଇନଥିଲା I ଆଜି ସକାଳ ୭ ଘଣ୍ଟ ସମୟରେ ଶମ୍ଭୂ ବିଷୋୟୀ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଓ ଝିଅ ସମସ୍ତେ ମିଶି ସେହି ବିବାଦୀୟ ଜମିକୁ ଧାନ ରୋଇବାପାଇଁ ଯାଇଥିଲେ I ଖବର ପାଇ ଦୁର୍ଯ୍ୟୋଧନ ଜମିକୁ ଯାଇ ଟଙ୍କା ଫେରସ୍ତ ଦେଇ ଦେଇଥିବାରୁ ଜମିରେ ଧାନ ନ ରୋଇବା ପାଇଁ ପ୍ରତିବାଦ କରିଥିଲେ I ଏଥିରେ ରାଗିଯାଇ ଶମ୍ଭୂର ପୁଅ ଜିତେନ୍ଦ୍ର ଧରି ଥିବା କୋଡିରେ ଦୁର୍ଯ୍ୟୋଧନର ମୁଣ୍ଡକୁ ପ୍ରହାର ପକାଇଥିଲା I ପରେ ଉଭୟ ବାପା ପୁଅ ଦୁର୍ଯ୍ୟୋଧନକୁ ମାଡ଼ ମାରିଥିବା ବେଳେ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗ୍ରାମ ବାସୀଙ୍କ ସହ ସେଠାରେ ପହଞ୍ଚିଯିବାରୁ ଶମ୍ଭୂର ପରିବାର ଘଟଣା ସ୍ଥଳରୁ ଚାଲି ଯାଇଥିଲେ I ସେତେବେଳକୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଘଟିଥିଲା I ଏ ନେଇ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗାଙ୍ଗପୁର ଥାନାରେ ଶମ୍ଭୂ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଏବଂ ଝିଅ ନାମରେ ଅଭିଯୋଗ ଦେଇଥିଲେ I ପୂର୍ବରୁ ଶମ୍ଭୂର ପୁଅ ଜିତେନ୍ଦ୍ର ଦୁଇ ଥର ଆକ୍ରମଣ ଉଦ୍ୟମ କରିଥିଲା I ଏ ନେଇ ତ୍ରିଲୋଚନ ଗାଙ୍ଗପୁର ଦୁଇଥର ଥାନା ର ଦ୍ଯାରସ୍ତ ହେଇଥିଲେ ମଧ୍ଯ ପୋଲିସି ସହଯୋଗ କରିନଥିଲା ।ସେହି ସମୟରେ ପୋଲିସ୍ ଯଦି ଉଚିତ୍ ପଦକ୍ଷେପ ନେଇଥାନ୍ତା ମୋ ବାପା ଆଜି ବଞ୍ଚିଥାନ୍ତେ ବୋଲି ତ୍ରିଲୋଚନ ସାମ୍ବାଦିକମାନଙ୍କ ସାମ୍ନାରେ ପ୍ରକାଶ କରିଛି I ଶବ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ