ସୋସିଆଲ ମିଡିଆକୁ ଅସ୍ତ୍ର କରି ଚାନ୍ଦା ଆଦାୟ କରାଯାଉଥିବାର ଅଭିଯୋଗ

ଘଟଗାଁ,(ନାରାୟଣ ପଲାଇ) : ସୋସିଆଲ୍ ମିଡିଆର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆ ଯୋଗୁଁ ଆମ ସମାଜରେ ଅନେକ ଅସହାୟ ଲୋକମାନଙ୍କର ମଙ୍ଗଳ କାର୍ଯ୍ୟ ହେଉଅଛି । ଅନ୍ୟପକ୍ଷରେ ସୋସିଆଲ ମିଡିଆରୁ ବିଭିନ୍ନ ପ୍ରକାରର ମିଥ୍ୟା ଗୁଜବ, ଆପତିଜନକ ମନ୍ତବ୍ୟ, ଅଶ୍ଲିଳ ଫୋଟୋ ଓ ଭିଡିଓ ଏବଂ ମିଥ୍ୟା ଖବର ଇତ୍ୟାଦି ପ୍ରକାଶ ପାଇବା ଯୋଗୁଁ ପ୍ରତ୍ୟେକ ଦିନ ଅନେକ ସ୍ଥାନରେ ଅପ୍ରତିକର ଘଟଣା ଘଟିବା ସହିତ ଲୋକମାନଙ୍କର ଜୀବନ ହାନୀ ହେଉଥିବାର ମଧ୍ୟ ନଜିର ରହିଛି । ତେବେ ସୁତ୍ର ଅନୁସାରେ ପୂର୍ବବର୍ଷ ସୋସିଆଲ ମିଡିଆରେ ମିଥ୍ୟା ଖବର ଛପାଯିବାରେ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନରେ ଥିଲା । ଚଳିତ ବର୍ଷ ମଧ୍ୟ କରୋନା ସମୟରେ ଅନେକ ଅସାମାଜିକ ଯୁବକ ବିଭିନ୍ନ ପ୍ରକାରର ମିଥ୍ୟା ଗୁଜବ, ମିଥ୍ୟା ଭିଡିଓ ଭାଇରାଲ କରି ଗିରଫ ମଧ୍ୟ ହୋଇଥିଲେ । ତେବେ ଗତ କିଛି ମାସ ହେବ ବିଶେଷ କରି କେନ୍ଦୁଝର ଜିଲ୍ଲାର ଘଟଗାଁ ଅଂଚଳରେ ସୋସିଆଲ ମିଡିଆକୁ ଅଭିନବ ଉପାୟରେ ବ୍ୟବହାର କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ବର୍ତମାନ ପ୍ରତ୍ୟେକ ବ୍ଲକ୍‌ରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ହେଉଥିବା ବେଳେ ଘଟଗାଁ ଅଂଚଳରେ ମଧ୍ୟ ପ୍ରତ୍ୟେକ ଗାଁ ଗହଳିରେ ଉନ୍ନତିମୂଳକ କାର୍ଯ୍ୟ ହେଉଅଛି । ତେବେ ଘଟଗାଁ ଅଂଚଳରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟରେ ଫୋଟୋ ଉଠାଇ ଫୋଟୋ ଗୁଡିକୁ ଏଡିଟିଂ କରିବା ସହିତ ଏ ସ୍ଥାନରୁ ସେ ସ୍ଥାନରୁ ଛୋଟ ଛୋଟ ଭିଡିଓ ଗୁଡିକୁ ଯୋଡି ତାକୁ ଏଡିଟିଂ କରି କିଛି ଅସାମାଜିକ ଯୁବକ ସୋସିଆଲ ମିଡିଆକୁ ନିଜର ଅସ୍ତ୍ର କରି ଫୋନ ମାଧ୍ୟମରେ କାମ କରୁଥିବା ଠିକାଦାର, ପଂଚାୟତ କର୍ମଚାରୀ ଏବଂ ବ୍ଲକ୍ କର୍ମଚାରୀ ପ୍ରମୁଖଙ୍କୁ ଧମକ ଦେବା ସହ ମୋଟା ଅଙ୍କର ଟଙ୍କା ନଦେଲେ ଫୋଟୋ ଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରିବୁ କହି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ଆସିଛି । ଯଦ୍ୱାରା କୌଣସି କାରଣ ନଥାଇ ମଧ୍ୟ ଅନେକ ସ୍ଥାନରେ ଅଶାନ୍ତ ପରିବେଷ ସୃଷ୍ଟି ହେଉଛି, ଗାଁ ଗାଁ ମଧ୍ୟରେ ଅପ୍ରିତିକର ଘଟଣା ଦେଖାଦେଉଛି । ଫଳରେ ଆଗାମି ଦିନରେ ଏଭଳି ଅସାମାଜିକ ଯୁବକ ମାନଙ୍କ ଦୈରାତ୍ମ ନକମିଲେ ସେମାନଙ୍କ ବିରୋଧରେ ଠିକାଦାର, ପଂଚାୟତ କର୍ମଚାରୀ ଏବଂ ବ୍ଲକ୍ କର୍ମଚାରୀମାନେ ମିଳିତ ହୋଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବେ ବୋଲି ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି । ତେବେ ଧ୍ୟାନ ଦେବାର ବିଷୟ ଏହାକି ସୋସିଆଲ ମିଡିଆରେ ଫେକ୍ ଖବର ପ୍ରକାଶ କରିବା କଥା କେନ୍ଦୁଝର ଜିଲ୍ଲାରେ ଏହା ପ୍ରଥମ ଥର ନୁହଁ! ଆଗରୁ ଏଭଳି ଜଣେ ଅସାମାଜିକ ଯୁବକ ସୋସିଆଲ ମିଡିଆରେ ପାଖାପାଖି ୭ଟି ଫେକ୍ ଆକାଉଂଟ ବନାଇ ଏକ ରାଜନୈତୀକ ଦଳ ବିରୋଧରେ ଆକ୍ଷେପ କରି ବିଭିନ୍ନ ପ୍ରକାରର ଅଶ୍ଳିଳ ଭାଷାରେ ପୋଷ୍ଟ କରିବାରେ ଲାଗିଥିଲା । ଯାହାର ପ୍ରମାଣ କେନ୍ଦୁଝର ଜିଲ୍ଲା ସାଇବର ସେଲ୍ ହାତରେ ଲାଗିଥିଲା । ଯାହାକୁ ଗୋଟିଏ ମାସ ଉକ୍ତ ଯୁବକ ଉପରେ ଜିଲ୍ଲା ପୋଲିସ୍ ନଜରରେ ରଖି ଶେଷରେ ଢେଙ୍କିକୋଟ ବଜାରରୁ ଗିରଫ୍ କରିଥିଲା । କିନ୍ତୁ ତଥାପୀ ଆଜି ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରୁ ସୋସିଆଲ ମିଡିଆ ଅପବ୍ୟବହାର ନାମକ ରୋଗ ସମାପ୍ତ ହେଉନୀ । ତେବେ ଦେଖିବାକୁ ବାକି ରହିଲା କେବେ ଘଟଗାଁ ଅଂଚଳରୁ ଲୋପ ପାଉଛନ୍ତି ସାଇବର କ୍ରିମିନାଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ