କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଗଞ୍ଜାମ ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଛତ୍ରପୁର,(ଓ୍ବାଇଏନ୍ଏସ୍) : କୋଭିଡ୍ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ତଥା ସେମାନଙ୍କ ସ୍ମୃତିରେ ଆଜି ଗଞ୍ଜାମ ପୁଲିସ ପକ୍ଷରୁ ଛତ୍ରପୁର ସ୍ଥିତ ପୁଲିସ ପ୍ୟାରେଡ୍ ପଡିଆ ଠାରେ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର ଓ ଏସ୍‌.ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଓ ଗଙ୍ଗାଧର ଧାଙ୍ଗର, ସର୍ଜେଣ୍ଟ ବିବେକାନନ୍ଦ ନାୟକ, ଏ.ରାବଣା ରାଓଙ୍କ ସମେତ ସମସ୍ତ ପୁଲସି ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ଗଭୀର ସମ୍ମାନ ଜଣାଇବା ସହ ଏକମିନଟ୍ ନୀରବ ପ୍ରାର୍ଥନା ହୋଇଥିଲା । ପରେ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର‌୍ୟ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ୍ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ଉଦ୍ଦେଶ୍ୟରେ ଏକ ଶପଥ ପାଠ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ୬ ଜଣ କୋଭିଡ୍ ଯୋଦ୍ଧା ତଥା ପୁଲିସ କର୍ମଚାରୀଙ୍କ ବଳିଦାନକୁ ସାଲୁଟ୍ ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କରୋନାରୁ ସୁସ୍ଥ ହୋଇଥିବା ମହିଳା ପୁଲିସ କନେଷ୍ଟବଲ ନକ୍ଷତ୍ରମାଳା ସାହୁ ଶପଥ ପାଠ କରାଇଥିଲେ । ସେହିପରି ଛତ୍ରପୁର ଥାନା କାର‌୍ୟ୍ୟାଳୟ ପରିସରରେ ଏସ୍‌ଡିପିଓ ଗୌତମ କିଷାନ୍ ଓ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଥାନାର ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି କୋଭିଡ୍ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର‌୍ୟ୍ୟକ୍ରମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ