ପୋଟଲାମପୁର ପ୍ୟାକସ୍ ସଂପାଦକଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅଭିଯୋଗ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଛତ୍ରପୁର ବ୍ଲକ ପୋଟଲାମପୁର ସମବାୟ ସେବା ସମିତି ପକ୍ଷରୁ ଧାନସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଛତ୍ରପୁର ବ୍ଲକ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ପ୍ୟାକସ୍ ସଂପାଦକ ଧାନକିଣା ବେଳେ ଶହ ଶହ ଚାଷୀଙ୍କ ଠାରୁ ଲାଞ୍ଚ ମାଗିଥିବା ପରି ବିଭିନ୍ନ ଦୁର୍ନିତୀ ଗ୍ରସ୍ତରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଅନିୟମିତତା ଯୋଗୁଁ ଆଜି ପୋଟଲାମପୁର ପ୍ୟାକସ୍ ସଂପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସମବାୟ ସମିତିର ସହକାରୀ ନିବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହାର ଜଳନ୍ତ ଉଦାହରଣ ପଞ୍ଚାୟତର ନବୀନ ବିଶ୍ୱାଳ ନାମକ ଚାଷୀଙ୍କ ଧାନ ପ୍ୟାକସ୍ ଜରିଆରେ ଦୀର୍ଘ ଦୁଇବର୍ଷ ହେଲା ନିଆଯାଉ ନାହିଁ ବୋଲି କଂଗ୍ରେସ ନେତା ଗଣପତି ବାରିକ ଅଭିଯୋଗ କରିଛନ୍ତି । ଆଜି ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ