ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଛାତ୍ରବତ୍ସଳା ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ଆଚାର୍ଯ୍ୟ ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ବରଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ନମିତା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନୋଡାଲ୍‍ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଜୟପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍ୱପ୍ନା କୁମାରୀ ରାଇକା, ସହକାରୀ ଶିକ୍ଷକ ରାଜୀବ ଲୋଚନ ସେଠୀ, ଜଗଦଳପୁର ହାଇସ୍କୁଲର ସହକାରୀ ଶିକ୍ଷକ ସୁଶିଲ୍‍ କୁମାର ପାତ୍ର, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଗାଁର ସହକାରୀ ଶିକ୍ଷୟିତ୍ରୀ ଏ.ସ୍ୱାତୀ, ଏମ୍‍.ଆଶାଲତା ଦେବୀ, ଚନ୍ଦ୍ରଶେଖର ଦାଶ, ରୋସ୍‍ନା କୁମାରୀ ଭଂଜ, ମମତା କାମିଲା, ରଶ୍ମିତା କୁମାରୀ ମିଶ୍ର, ଅରଣ୍ୟା ବିଶ୍ୱାଳ, ଶ୍ରୀକାନ୍ତ ପଟ୍ଟନାୟକ, ରଶ୍ମିତା କୁମାରୀ ନାୟକ, ବୁଲୁ ବେହେରା, ଅନିମା ଗିଧି, ସୁନିତା ପଣ୍ଡା, କର୍ମଚାରୀ ଅଞ୍ଜଳୀ ମଣ୍ଡଳ, ରବିନ୍ଦ୍ର ନାଥ ଆଚାର୍ଯ୍ୟ, ଜାନକୀ ଦାଶ, ରୋହିତ ସେଠୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳା ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଶିକ୍ଷାଦାନ ଶୈଳୀ ଏବଂ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉଜ୍ଜଳ ଭବିଷ୍ୟତ ଗଠନ ସକାଶେ ଭଲ ପାଠ ପଢି ସୁନାଗରିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ସଦାସର୍ବଦା ଦେଉଥିବା ପ୍ରେରଣା ଓ ମାର୍ଗଦର୍ଶନ ସାଙ୍ଗକୁ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ବରଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗତ ୨୦୨୧ ମସିହା ଅଗଷ୍ଟ ମାସ ଠାରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳା ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ